ଭୁବନେଶ୍ୱର ୬/୪ : କାଳବୈଶାଖୀ ପ୍ରଭାବରେ ବର୍ଷା,ଝଡ଼ତୋଫାନ ଓ ବଜ୍ରପାତ ଲାଗି ରହିବା ନେଇ ପାଣିପାଗ ବିଭାଗ ୧୪ଟି ଜିଲ୍ଲାକୁ ଆଂଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆଜି ୧୪ଟି ଜିଲ୍ଲାକୁ ସଂଧ୍ୟା ୫ଟା ୩୦ ଯାଏଁ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି। ନୟାଗଡ଼, ଗଜପତି, ରାୟଗଡ଼ା, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଖୋର୍ଦ୍ଧା, କୋରାପୁଟ, କଟକ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘରୁ ନବାହାରିବା ସହ ସତର୍କ ରହିବାକୁ ପାଇଁ ଆଂଚଳିକ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ପ୍ରାୟ ମେଘୁଆ ରହିଛି ।