ରାଜ୍ୟ

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ଗଛ ଆଉ ଘର

Published

on

ଗଞ୍ଜାମ ୩/୬ : କାଳବୈଶାଖୀ ପ୍ରଭାବରେ କୋକସରା ବ୍ଲକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି । ପବନ ଓ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପବନ ଯୋଗୁଁ ବିଭିନ୍ନ ଅଂଚଳରେ ବଡ ବଡ ଗଛ ଭାଙ୍ଗି ପଡିଛି । ଗଛଗୁଡିକ ୨୬ନମ୍ବର ଜାତୀୟ ରାଜପଥରେ ପଡ ରହିଛି । ଗଛଗୁଡିକୁ କାଟି ରାସ୍ତା ଅବରୋଧ ହଟାଯାଉଛି । ସେହିପରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି ।
ଗତ କିଛି ଦିନ ଧରି ତତଲା କଡେଇରେ ସିଝୁଥିବା ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସହ ବର୍ଷା ଅନୁଭୂତ ହୋଇଛି । ଗତକାଲି ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ବ୍ରହ୍ମପୁର ସହର ସମେତ ସମଗ୍ର ଜିଲ୍ଲାରେ ବର୍ଷା ହୋଇଛି । ଭଞ୍ଜନଗରରେ ଦୁଇ ଘଂଟା କାଳ କୁଆପଥର ମାଡ ସାଙ୍ଗକୁ ପ୍ରବଳ ପବନ ଓ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ବଡ ବଡ ଗଛ ଭାଙ୍ଗି ପଡିବା ଯୋଗୁଁ ରାସ୍ତା ଅବରୋଧ ହେବା ସହ ଘର ଭାଙ୍ଗି ଯାଇଛି । କେତେକ ସ୍ଥାନରେ ଘରର ଚାଳଛପର ଓ ଟିଣ ବି ଉଡିଯାଇଛି । ବିଦ୍ୟୁତ୍ ଓ ଫୋନ ସେବା ଠପ୍ ହୋଇଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version