ରାଜନୀତି

‘କାଳିଆ’ ଦେଶର ଚାଷୀଙ୍କୁ ବାଟ ଦେଖାଇବ : ନବୀନ

Published

on

ଭୁବନେଶ୍ୱର ୧୫/୧ : ‘କାଳିଆ’ ହେଉଛି ଏକ ଆଦର୍ଶ ଯୋଜନା ଏବଂ ଏହା ଦେଶର ଚାଷୀମାନଙ୍କୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଆଜି ବରମୁଣ୍ଡା ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ୫ ଦିନିଆ କୃଷି ଓଡ଼ିଶା ମହୋତ୍ସବକୁ ଉଦଘାଟନ କରି ସେ କହିଛନ୍ତି ଯେ, ‘କାଳିଆ’ ଯୋଜନା ଚାଷୀଙ୍କର ବେଶ ପସନ୍ଦ ହୋଇଛି । ଏହାଦ୍ୱାରା ରାଜ୍ୟର କ୍ଷୁଦ୍ର ଓ ଭୂମିହୀନ ଚାଷୀ ବେଶ ଉପକୃତ ହୋଇପାରିବେ । ଏହା ରାଜ୍ୟର ଏକ ବଡ଼ ଯୋଜନା ଏବଂ ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାରେ ସାମିଲ ହେବାପାଇଁ ଆସନ୍ତା ୨୫ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ ହେବ ଏବଂ ଏହା ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version