ରାଜନୀତି

କାଳିଆ-ବଳିଆ କଲ, ସୁଭଦ୍ରା-ସୁଦର୍ଶନ କେବେ? :କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ

Published

on

ଭୁବନେଶ୍ୱର: କଳିଆ-ବଳିିିଆ ଯୋଜନା ଘୋଷଣା ପରେ ରାଜ୍ୟ ସରକାର ଏବେ  ସୁଭଦ୍ରା ଓ ସୁୁଦର୍ଶନ ଯୋଜନା ଚାଲୁ କରନ୍ତୁ ବୋଲି ରାଜ୍ୟ କଂଗ୍ରେସ ସଭାାପତି ନିରଞ୍ଜନ ପଟ୍ଟନାୟକ ଶନିିିବାର କହିଛନ୍ତି।

ଓଡ଼ିଶା ସରକାର ସବୁବେଳେ ଦେବତାମାନଙ୍କ ନାମରେ ଏକାଧିକ ଯୋଜନା କରି  ବୈତରଣୀ ପାର ହେବାକୁ ଯୋଜନା କରୁଛନ୍ତି । କାଳିଆ, ବଳରାମ ଯୋଜନା ତ କଲେ ଏବେ ମା ସୁଭଦ୍ରା ଓ ସୁଦର୍ଶନଙ୍କୁ କାହିଁକି ଭୁଲିଗଲେ? ବୋଲି ସେ ପ୍ରଶ୍ନ କରଛନ୍ତି।

ରାଜ୍ୟର ପ୍ରାୟ ୪ଲକ୍ଷ ୨୭ ହଜାର ୩୨୩ ସ୍ୱୟଂ ସହାୟୀକା ଗୋଷ୍ଠୀ ଅଛି । ଭାରତୀୟ ରିର୍ଜବ ବ୍ୟାଙ୍କର ନିର୍ଦ୍ଦେଶ ଅନୁସାରେ ଆସନ୍ତା ଅଗଷ୍ଟମାସ ପର୍ଯ୍ୟନ୍ତ ସ୍ୱୟଂସହାୟୀକା ଗୋଷ୍ଠୀର ମା’ଭଉଣୀଙ୍କ ଠାରୁ ଅର୍ଥ ଆଦାୟ ଓ ପରିଷୋଧ ନ କରିବାକୁ ନିର୍ଦ୍ଦେଶ ଥିବାବେଳେ ମାଇକ୍ରୋ ଫାଇନାନ୍ସ ସଂସ୍ଥା, ବିଭିନ୍ନ ବେସରକାରୀ ଅର୍ଥ ଲଗାଣ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକ ଆରବିଆଇର ନିୟମକୁ ନମାନି ଟଙ୍କା ଆଦାୟ କରିବା କେତେକ ସ୍ଥଳରେ ଫର୍ମପୂରଣ ନିମେନ୍ତ ବାଧ୍ୟକରିବା ଓ ମାନସିକ ଚାପ ପ୍ରୟୋଗ କରୁଛନ୍ତି।

ଏଭଳି ସ୍ଥିତିରେ ‘ସୁଭଦ୍ରା’ ନାମକ ଯୋଜନା କରି ସ୍ୱୟଂସହାୟୀକା ଗୋଷ୍ଠୀର ମା ଭଉଣୀମାନଙ୍କୁ ସୁଧ ଓ ମୁଳରେ ରିହାତିର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ଅନୁରୁୂପ ଭାବେ ବେକାରୀ ଯୁବକ, ପ୍ରବାସୀ ଶ୍ରମିକ, ଭୂମିହୀନ ଯୁବକ ନିମ୍ନମଧ୍ୟବିତ ଓ ମଧ୍ୟବିତ ବେରୋଜଗାରୀ ପରିବାରବର୍ଗଙ୍କୁ ‘ସୁଦର୍ଶନ’ ଯୋଜନାକରି ପ୍ରତ୍ୟେକ ମାସ ୭,୫୦୦ ଟଙ୍କା ହିସାବରେ ଅନ୍ୟୁନ ୬ମାସ ସେମାନଙ୍କ ଆକାଉଣୁୁ୍ଟରେ ଟଙ୍କା ପୈଠକରିବାକୁ ପିସିସି ସଭାପତି ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି ।

ତମାମ ପ୍ରସଙ୍ଗ ଗୁଡ଼ିକ ଯେତେ କଷ୍ଟଦାୟକ ଲାଗୁଥିଲେ ବି ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇବାପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସମର୍ପିତ ହୋଇ ଆନ୍ତରିକାତର ସହ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଯତ୍ନବାନ ହେବାକୁ ପିସିସି ସଭାପତି  ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

 

 ନିର୍ବାଚନର ଅବ୍ୟବହିତ ପୂର୍ବରୁ କାଳିଆ ଯୋଜନାରେ ଚାଷୀଭାଇଙ୍କ ନିମନ୍ତେ ପ୍ୟାକେଜ ଘୋଷଣା କରି ନିର୍ଦ୍ଦାରିତ ୭୫ଲକ୍ଷରୁ ୪୨ଲକ୍ଷ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇ ନିର୍ବାଚନ ବୈତରଣୀ ପାରହେଲେ । ନିର୍ବାଚନ ପରେ ୪୨ଲକ୍ଷରୁ ମାତ୍ର ୩୭ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ଦେବା ଘଟଣା ନିର୍ବାଚନ ପରେ ସରକାରଙ୍କ ଅସଲ ଚିତ୍ରକୁ ରାଜ୍ୟବାସୀ ବିଶେଷକରି ଚାଷୀଭାଇମାନେ ବୁଝିପାରିଲେ । କରୋନା ଜନିତ ତୃଟିକୁ ଲୋକଙ୍କ ନଜରରୁ ଏଡ଼େଇବାକୁ ଯାଇ ପୁନଶ୍ଚ ବଳରାମ ଯୋଜନା ଘୋଷଣା କରି ୭ଲକ୍ଷ ଭୂମିହୀନ, ଛୋଟ ଭାଗଚାଷୀ ପରିବାରକୁ ଦୁଇବର୍ଷରେ ୫ଜଣିଆ ଗୋଟିଏ ଗ୍ରୁପ୍‌କୁ ଏକଲକ୍ଷ ୬୦ହଜାରରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁଇବର୍ଷ ମଧ୍ୟରେ ଏକ ହଜାର ୪୦କୋଟି ଟଙ୍କା ଖର୍ଚ୍ଚ କରିବା କେତେଯେ ଫଳପ୍ରଦ ହେବ ତାହା ସମୟ କହିବ ବୋଲି କଂଗ୍ରେସ ସଭାପତି କହିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version