ରାଜ୍ୟ

‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୩୨ ଲକ୍ଷ କୃଷକ ହେବେ ଉପକୃତ

Published

on

ଭୁବନେଶ୍ୱର ୩୧/୧୨ : ପୂର୍ବ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକଙ୍କ ବିକାଶ ପାଇଁ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ସଚିବାଳୟରେ ସୋମବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସେ ଏହି ଯୋଜନାକୁ ଉଦ୍ଘାଟନ କରିବାସହ ଏହାର ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନଙ୍କର କୃଷକ ତାଲିକାରେ ନାମ ନାହିଁ ସେମାନେ କାଳିଆ ଯୋଜନାରେ ସାମିଲ ହେବାପାଇଁ ଆବେଦନ କରିପାରିବେ ।
ନିକଟରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ୩ ବର୍ଷରେ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ମାଧ୍ୟମରେ ରାଜ୍ୟର ୩୨ ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ଉପକୃତ ହେବେ । ଯୋଜନା ଅନୁଯାୟୀ ରାଜ୍ୟର ଅସହାୟ ତଥା ବୟସ୍କ ଚାଷୀ ଓ ଭୂମିହୀନ ଶ୍ରମିକଙ୍କ ପାଇଁ ବର୍ଷକୁ ୧୦ ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ । ପଂଚାୟତସ୍ତରରେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଏହି ଯୋଜନାରେ ସାମିଲ କରାଯିବାର ବ୍ୟବସ୍ଥା ହୋଇଛି । ସରକାର ଯୋଜନାଟିକୁ କାର୍ଯ୍ୟକାରୀ କରିବା ଲାଗି କଣ୍ଟିଜେନ୍ସି ପାଣ୍ଠିର ପରିମାଣ ୪୦୦ କୋଟିରୁ ୧୬୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହି ଯୋଜନାରେ ଚାଷୀମାନଙ୍କୁ ବିନା ସୁଧରେ କୃଷି ଋଣ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version