ପାରଳାଖେମୁଣ୍ଡି ୨୫/୧୨ : ବଂଶଧରା ଟ୍ରିବ୍ୟୁନାଲର ସଦସ୍ୟମାନେ ମଙ୍ଗଳବାର ଗଜପତି ଜିଲ୍ଲା ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଟ୍ରିବ୍ୟୁନାଲର ୩ଜଣ ସଦସ୍ୟ କାଶୀପୁର ବ୍ଲକ୍ ସାରା ଗାଁରେ ପହଁଚି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସେମାନେ ମଧ୍ୟ ଜିଲ୍ଲା ପ୍ରଶାସନର କିଛି ଅଧିକାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ ।