National

କିଏ ହେବ କଂଗ୍ରେସ ର ଜାତୀୟ ମୁଖ୍ୟ ମୁଖପାତ୍ର?

Published

on

ନୂଆଦିଲ୍ଲୀ: କଂଗ୍ରେସର ମୁଖ୍ୟ ମୁଖପାତ୍ର ରଂଦୀପ ସିଂହ ସୁରାଜଵାଲା ଦଳର ସାଧାରଣ ସଂପାଦକ ହେବା ପରେ ବର୍ତ୍ତମାନ ଏହି ପଦବୀ କାହାକୁ ମିଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି।

ଦେଶର ମୂଖ୍ୟ ବିରୋଧୀ ଦଳର ମୁଖ୍ୟ ମୁଖପାତ୍ର ପଦବୀ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଣୁ ଅନେକ ବରିଷ୍ଠ ନେତା ବି ଏହି ପଦବୀ ଆଶାୟୀ ଅଛନ୍ତି। ଦଳର ଆସନ୍ତୁଷ୍ଟ ଗ୍ରୁପ-୨୩ ର ଅନେକ ମଧ୍ୟ ଏହି ପଦଵୀ ପାଇଁ ଲବି କରୁଛନ୍ତି।

ତେବେ ଏହି ପଦବୀ ରାହୁଲ ଗାନ୍ଧୀଙ୍କ କୋଟାରୀ ସଦସ୍ୟ ଭାବେ ଜଣାଶୁଣା ପବନ ଖେରା ଏବଂ ସୁପ୍ରିୟ ସୁନେତ ମଧ୍ୟରୁ ଜଣଙ୍କୁ ମିଳିବାର ସମ୍ଭାବନା ଅଧିକ ରହିଛି।

ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧୀ ଆମେରିକାରୁ ଫେରିବା ପରେ ବର୍ତମାନ ଦଳର ପଦପଦଵୀରେ ଅନେକ ପରିବର୍ତ୍ତନ ହେବାର ଆଶା କରା ଯାଉଛି। ଦଳର ମୁଖ୍ୟ ମୁଖପାତ୍ର ପଦବୀ ପୂରଣ ହେବା ସଂଗେ ସଂଗେ କେତକ ରାଜ୍ୟର ସଭାପତି ପଦବୀରେ ପରିବର୍ତ୍ତନ ହେବାର କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version