ବାରିପଦା ୨୯/୧୨ : ରାସଗୋବିନ୍ଦପୁର ବ୍ଲକ ଛତନାସ୍ଥିତ କୁକୁଡ଼ା ଚିଆଁ ଗବେଷଣା କେନ୍ଦ୍ରରେ ନିଆଁ ଲାଗିଯିବା ଫଳରେ ଅନେକ କ୍ଷୟକ୍ଷତି ଘଟିଛି । ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ଯାଇଥିବାବେଳେ ଅନ୍ୟ କେତେକ ସାମଗ୍ରୀ ଜଳିଯାଇଛି । ତିନୋଟି ଦମକଳ ପହଂଚି ନିଆଁକୁ କୋ÷ଣସି ପ୍ରକାରେ ଆୟତ୍ତ କରିଥିଲେ ହେଁ, ସେତେବେଳକୁ ବହୁ କିଛି ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା ।