ଖୋର୍ଧା ୩୦/୪ : ବୋଲଗଡ ଅଂଚଳର ଆମ୍ବଗାଡିଆ ଗ୍ରାମରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ଗ୍ରାମରେ ଥିବା ଏକ କୂଅ ମଧ୍ୟରୁ ଉଦ୍ଧାର ହୋଇଛି । ତେବେ ଏହା ୨ଦିନ ତଳେ ନିଖୋଜ ହୋଇଯାଇଥିବା ସନ୍ତୋଷ ପ୍ରଧାନଙ୍କର ବୋଲି ଜଣାପଡିଛି ।
ସୂଚନା ମୁତାବକ, ଆମ୍ବଗାଡିଆ ଗ୍ରାମର ସନ୍ତୋଷ ପ୍ରଧାନ ଦୁଇଦିନ ହେବ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ।କିନ୍ତୁ କିଛି ସୁଫଳ ମିଳି ନଥିଲା । ଏନେଇ ସେମାନେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।ତେବେ ଆଜି ସକାଳେ ସନ୍ତୋଷଙ୍କ ମୃତଦେହ ଏକ କୂଅରେ ପଡିଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇବା ପରେ ପରିବାର ଲୋକେ ସନ୍ତୋଷଙ୍କ ଚିହ୍ନଟ କରିଥିଲେ । ତାଙ୍କୁ କେହି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।