ରାଜ୍ୟ

କୃଷକଙ୍କୁ ନ୍ୟାୟ ଦାବିରେ ସଂସଦ ଘେରିବ ବିଜେଡ଼ି

Published

on

ଭୁବନେଶ୍ୱର ୧୭/୧୨ : କୃଷକମାନଙ୍କୁ କେନ୍ଦ୍ର ସରକାର ଅବହେଳା କରିଚାଲିଥିବା ଅଭିଯୋଗ କରି ବିଜେଡ଼ି ଏହାର ଦୃଢ଼ ପ୍ରତିବାଦ ପାଇଁ ନିଷ୍ପତ୍ତି ନେଇଛି । କୃଷକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଦଳ ପକ୍ଷରୁ ଜାନୁଆରୀ ୮ ତାରିଖରେ ସଂସଦ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ସହ ସ୍ୱାମୀନାଥନ କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ଦଳ ଦାବି କରିବ ।
ସଂସଦ ସମ୍ମୁଖରେ ବିକ୍ଷୋଭ ପାଇଁ ଜାନୁଆରୀ ୬ ତାରିଖରେ ଏକ ସ୍ୱତନ୍ତ୍ର ଟ୍ରେନ୍ରେ ଦଳୀୟ କର୍ମୀମାନେ ଦିଲ୍ଲୀ ଯାତ୍ରା କରିବେ । ଏହି ପ୍ରତିବାଦ ସଭାରେ ବିଜେଡ଼ିର ସାଂସଦ, ବିଧାୟକ, ମନ୍ତ୍ରୀ ଓ କର୍ମକର୍ତ୍ତମାନେ ସାମିଲ ହେବେ ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version