ରାଜ୍ୟ

କୃଷି ଋଣ ଛାଡ ପ୍ରସଙ୍ଗରେ ଜାତୀୟ ନୀତି ହେଉ : ଶଶୀ ବେହେରା

Published

on

ଭୁବନେଶ୍ୱର ୨୦/୧୨ : କୃଷି ଋଣ ଛାଡ ପ୍ରସଙ୍ଗକୁ ନେଇ ସମ୍ପ୍ରତ୍ତି ରାଜନୀତି ଜୋର୍ ଧରିଥିବା ବେଳେ ଏ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଜାତୀୟ ନୀତି ପ୍ରଣୟନ ପାଇଁ ଓଡ଼ିଶା ସରକାର ଦାବି କରିଛନ୍ତି । ଏ ସମ୍ପର୍କରେ ମତାମତ ଦେଇ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା କହିଛନ୍ତି ଯେ, ଋଣ ଛାଡକୁ ନେଇ ଜାତୀୟସ୍ତରରେ ଏବେ ଏକ ପ୍ରତିଦ୍ୱନ୍ଦ୍ୱୀତାର ବାତାବରଣ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ଚାଷୀମାନଙ୍କ ପାଇଁ କ’ଣ ସବୁ କରାଯାଇପାରିବ ସେ ସମ୍ପର୍କରେ ଚିନ୍ତା କରାଯାଉଛି । କୃଷି ଋଣ ଛାଡ ସମ୍ପର୍କରେ ନୀତି ଆୟୋଗଙ୍କ ମନ୍ତବ୍ୟ କୃଷକମାନଙ୍କ ପାଇଁ ନିଶ୍ଚିତଭାବେ ନକରାତ୍ମକ ହେବ ବୋଲି ଶ୍ରୀ ବେହେରା କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version