ପୁରୀ ୧୩/୧୨ : ଚିଲିକାର କୃଷ୍ଣପ୍ରସାଦ ଅଂଚଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି । ବିଶେଷ କରି ପଥରଗଞ୍ଜ, ମାସସାହି, ବୃଦ୍ଧିବିର ଆଦି ଗ୍ରାମରେ କୁକୁଡ଼ା ଓ କାଉ ମଡ଼କ ପଡ଼ି ଛି । ସରକାରଙ୍କ ପକ୍ଷରୁ ବାହାର ରାଜ୍ୟକୁ ପରୀକ୍ଷା ପାଇଁ କେତୋଟି ପକ୍ଷୀଙ୍କ ମୃତ ଦେହ ନମୂନା ପଠା ଯାଇଥିଲା । ସେଥିରୁ ଦୁଇଟି କୁକୁଡ଼ା ଓ ଦୁଇଟି କାଉଙ୍କଠାରେ ପଜିଟିଭ୍ ପ୍ରମାଣ ମିଳିଛି । ଫଳରେ ସମ୍ପୃକ୍ତ ଅଂଚଳର ୧ କିଲୋମିଟର ପରିଧି ମଧ୍ୟରେ ଥିବା ଗାଁ ଗୁଡ଼ିକରେ ସବୁ କୁକୁଡ଼ାଙ୍କୁ ମରାଯିବ । ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ସବୁ ଜନବସତିରେ କୁକୁଡ଼ା ଖାଇବା ନିଷେଦ୍ଧ କରାଯାଇଛି । ମଧ୍ୟାହ୍ନ ଭୋଜନରେ ବି ଅଣ୍ଡାକୁ ବ୍ୟାନ୍୍ କରାଯାଇଛି ।