ଦେଶ ବିଦେଶ

କେତେକ ସର୍ତରେ ପାଇଲଟଙ୍କୁ ଛାଡ଼ିବୁ : ପାକିସ୍ତାନ

Published

on

ନୂଆଦିଲ୍ଲୀ : ୨୮/୨ : ଭାରତକୁ କେତେକ ପ୍ରସ୍ତାବ ଦେଇଛି ପାକିସ୍ତାନ । କ୍ୟୁରେସି କହିଛନ୍ତି, ଭାରତ-ପାକିସ୍ତାନରେ ଲାଗିଥିବା ଉତେଜନା ଓ ପାଇଲଟଙ୍କ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେବା ପାଇଁ ପ୍ରସ୍ତୁତ ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏହାସହ ଉତେଜନା କମିବା ପରେ କେତେକ ସର୍ତ ସହ ବନ୍ଧକ ପାଇଲଟଙ୍କୁ ଛାଡିବାକୁ ଇସଲାମ୍ବାଦ ପ୍ରସ୍ତୁତ ବୋଲି ସେ କହିଛନ୍ତି ।ପାକିସ୍ତାନର ପ୍ରସ୍ତାବ ପରେ ପ୍ରତିକ୍ରିୟା ରଖିଛି ଭାରତ । ମିଳିଥିବା ସୂଚନା ଅନୁସାରେ ପାଇଲଟଙ୍କୁ ନେଇ କୌଣସି ପ୍ରକାର ଚୁକ୍ତି ହୋଇପାରିବ ନାହିଁ ବୋଲି କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ପାଇଲଟ ଅଭିନନ୍ଦନଙ୍କୁ ତୁରନ୍ତ ସୁରକ୍ଷିତ ଛାଡୁ ପାକିସ୍ତାନ । ପାଇଲଟଙ୍କର କୌଣସି କ୍ଷତି ହେଲେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ ଚେତାବନୀ ଦେଇଛି । ଆତଙ୍କବାଦ ବିରୋଧରେ ପାକିସ୍ତାନ ଭରସା ଯୋଗ୍ୟ କାର‌୍ୟ୍ୟାନୁଷ୍ଠାନ ନେଉ । ପାକିସ୍ତାନ ଆତଙ୍କବାଦ ବିରୋଧୀ କାର‌୍ୟ୍ୟାନୁଷ୍ଠାନ ନେବା ପରେ ଭାରତ ଆଲୋଚନା ଟେବୁଲ ଆସିବ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version