ଦେଶ ବିଦେଶ

କେଦାରନାଥରେ ମୋଦି

Published

on

ଡେରାଡୁନ ୧୮/୫ : କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କେଦାରନାଥଙ୍କୁ ଦର୍ଶନ କରିବା ସହ ବିଶେଷ ପୂଜାର୍ଚ୍ଚନା କରିବାର ରହିଛି କାର‌୍ୟ୍ୟକ୍ରମ । ମୋଦିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମଧ୍ୟ ମୋଦି ବଦ୍ରୀନାଥ ଯିବାର କାର‌୍ୟ୍ୟକ୍ରମ ରହିଛି । ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବା ପାଇଁ ଭଗବାନଙ୍କ ଆଶୀର୍ବାଦ ନେବା ପାଇଁ ମୋଦି ଯାଉଥିବା ନେଇ ସୂଚନା ମିଳିଛି । ଆଜି କେଦାରନାଥରେ ପହଞ୍ଚି ମୋଦି ବନି ଗୁମ୍ଫାରେ ଧ୍ୟାନ କରିବାର ମଧ୍ୟ କାର‌୍ୟ୍ୟକ୍ରମ ରହିଛି ।
ଡେରାଡୁନ ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସେ କେଦାରନାଥ ଯାଇଛନ୍ତି । କେଦାରନାଥରେ ମୋଦି ରୁଦ୍ରାଭିଷେକ କରିବେ ବୋଲି ସୂଚନା ମିଳିଛି । ମୋଦୀଙ୍କ ଗସ୍ତକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମଥର ପାଇଁ ମୋଦି ଦର୍ଶନ କରିବାପରେ ସେଠାରେ ଧ୍ୟାନ କରିବାର ରହିଛି କାର‌୍ୟ୍ୟକ୍ରମ ।

Leave a Reply

Your email address will not be published. Required fields are marked *

Trending

Exit mobile version