କେନ୍ଦୁଝର ୧୨/୪ : କେନ୍ଦୁଝରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଜିଲ୍ଲାର ମେଡିକାଲ କଲେଜ ପଡିଆରୁ ସେ କଂଗ୍ରେସ ଏବଂ ବିଜେଡି ସରକାର ଉପରେ ବର୍ଷିଛନ୍ତି । ଏହାସହ ବିଜେପିକୁ ଭୋଟ ଦେଇ ବିପୁଳ ପରିମାଣରେ ବିଜୟୀ କରିବାକୁ ସେ ଜନତାଙ୍କୁ ଆହ୍ୱାନ କରିଛନ୍ତି ।
ପ୍ରଥମେ ଶାହା ମା ତାରିଣୀ, ବଳଦେବଜିଉଙ୍କୁ ସ୍ମରଣ କରିଥିଲେ । ଏହାପରେ ସେ କେନ୍ଦୁଝର ମାଟିର ଧରଣୀଧର ନାୟକ, ଦୈତାରୀ ନାୟକ ଆଦି ବୀର ସନ୍ତାନ ଏବଂ ପୁଲୱାମାରେ ସହିଦ ୨ ଓଡିଆ ଯବାନଙ୍କୁ ପ୍ରଣିପାତ ଜଣାଇଥିଲେ । ଏହାସହ ସେ କହିଥିଲେ ଯେ, ଦେଶରେ ସବୁଠାରେ ମୋଦୀ ଲହର ଚାଲିଛି । ଓଡିଶାରୁ ଗୁରୁଜାତ ଯାଏଁ ମୋଦୀ ନାରା ଶୁଣା ଯାଉଛି । ଦେଶର ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ନିର୍ବାଚିତ କରିବାକୁ ଚାହୁଁଛନ୍ତି । ୭୦ ବର୍ଷ ଧରି କଂଗ୍ରେସ ଶାସନ କଲା କିନ୍ତୁ ଗରିବ ହଟିଲାଟି । ୫ ବର୍ଷର ମୋଦୀ ସରକାର ବହୁତ କାମ କରିଛନ୍ତି । ଓଡିଶାରେ ନବୀନଙ୍କୁ ବାହାର କରିବାକୁ ପଡିବ । ଏହା ଓଡିଆ ଭାଷାର ସମ୍ମାନ । ଓଡିଶା ଭାଷା ଭିତିରେ ଗଠନ ହୋଇଥିଲେ । ନବୀନ ବାବୁ ୧୯ ବର୍ଷ ଶାସନ କରି ମଧ୍ୟ ଓଡିଆରେ କଥା ହୋଇପାରିବେ ନାହିଁ । ଏପରି ମୁଖ୍ୟମନ୍ତ୍ରୀ ଦରକାର ଯେ ଓଡିଆରେ କଥା ହୋଇପାରିବ । ମୋଦୀ ସରକାର ଆସିବା ପରେ ଦେଶର ବିକାଶ ହେଲା । କେନ୍ଦୁଝରରେ ଡିଏମଏଫ ଫଣ୍ଡରେ ୧୬୦୦ କୋଟି ମିଳିଛି । ଏଠାରେ ଥିବା ହସ୍ପିଟାଲ ମୋଦୀଙ୍କ ଟଙ୍କାରେ ହୋଇଛି । ମୋଦୀ ଟଙ୍କା ପଠାଉଛନ୍ତି କିନ୍ତୁ ରାଜ୍ୟ ସରକାର ଏଠାରେ ଟଙ୍କାଟେ ମଧ୍ୟ ବିନିଯୋଗ କରିନାହାନ୍ତି । ମୋଦୀ ସରକାର ପୁଣି ଆସିଲେ ଏହି ମେଡିକାଲ କଲେଜରେ ଆଦିବାସୀ ଭାଇ ଭଉଣୀଙ୍କ ସେବା ହେବ । ଏନଏଚ ୨୧୫ ଏବଂ ୬କୁ ୪ ଲାଇନ କରାଯାଇଛି । ଏଠାରେ ପ୍ରଥମ ମାଲଗାଡି ଯାତ୍ରା କରଛି । ମୋଦୀ ପୁଣି ପ୍ରଧାନମନ୍ତ୍ରୀ ହେଲେ ଏଠାରେ ଷ୍ଟିଲପ୍ଲାଂଟ ପ୍ରତିଷ୍ଠା ହେବ । ଏଠାକାର ବନଜାତ ଦ୍ରବ୍ୟର ସମର୍ଥନ ମୂଲ୍ୟ ବିଜେପି ସରକାର ବୃଦ୍ଧି କରିଛି । ଆଇଆଇଏମ, ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ଗଢି ଉଠିଛି । ୧୦ହଜାର କୋଟିର ରୋଡ ବିଜେପି ସରକାର କରିଛି । ଝାରସୁଗୁଡାରେ ମଲ୍ଟିମଡେଲ ଲଜିଷ୍ଟିକ ପାର୍କ, ବିମାନ ବନ୍ଦର, ମହାନଦୀ ଏବଂ ବ୍ରାହ୍ମଣୀରେ ୫୦୦୦ କୋଟିରେ ୱାଟର ୱେ ହୋଇଛି । ଯାହା ଓଡିଶାକୁ ବିକାଶ ଦିଗରେ ଆଗେଇ ନେବ । ପାଇକ ବିଦ୍ରୋହକୁ ସାରା ବିଶ୍ୱରେ ଇତିହାସରେ ସ୍ଥାନ ଦିଆଯାଇଛି । ଲଳିତଗିରିରେ ମ୍ୟୁଜିୟମ ହୋଇଛି ।