ଚିଲିକା ୧୯/୪ : ଚିଲିକାରେ ଜନସଭାକୁ ସଂବୋଧିତ କରି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଚିଲିକାକୁ କେନ୍ଦ୍ର ବିକି ଦେବାକୁ ଉଦ୍ୟମ କରୁଥିଲା । କିନ୍ତୁ ଏହି ଚକ୍ରାନ୍ତକୁ ଅଟକାଇଛି ବିଜେଡି । ମତ୍ସଜୀବୀଙ୍କ ଦାନାରେ ଧୂଳି ଦେବାକୁ ବସିଥିଲେ । ଚିଲିକା ହେଉଛି ଆମର ମା । ଓଡିଶାର ଗୌରବ । ସେ ଥିବା ପର୍ୟ୍ୟନ୍ତ ଚିଲିକାରେ କ୍ଷତି ଦେବାକୁ ଦେବିନି । ଆପଣଙ୍କ ସ୍ୱାର୍ଥ ସହିତ ସବୁବେଳେ ଅଛି ବୋଲି କହିଛନ୍ତି ନବୀନ ।
ସେପଟେ ପୁଣି ଚିଲିକା ନିର୍ବାଚନୀ ସଭାରେ କାଳିଆ ଯୋଜନାର ସଫଳତା ବିଷୟରେ ବଖାଣିଲେ ମୁଖ୍ୟମନ୍ତ୍ରୀ। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀଙ୍କ ଉପକୃତ ହେଲେଣି । କେନ୍ଦ୍ର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ହେଲେ ମୁଁ ଥିବା ପର୍ୟ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତି ଟଙ୍କା ମିଳିବ । ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍ ଦେଇଛି । କେନ୍ଦ୍ରର ଯୋଜନା ତୁଳନାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଦୁଇଗୁଣ ଟଙ୍କା ପାଉଛନ୍ତି ।