ଭୁବନେଶ୍ୱର ୨୭/୧୨ : କେନ୍ଦ୍ରକୁ ମରୁଡ଼ି ସହାୟତା ମଗାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ମେହଶ୍ୱର ମହାନ୍ତି ସ୍ପଷ୍ଟ କରିଦେଇଛନ୍ତି । ଓଡ଼ିଶା ପକ୍ଷରୁ ମରୁଡ଼ି ସହାୟତା ପାଇଁ କୋ÷ଣସି ସ୍ମାରକପତ୍ର କେନ୍ଦ୍ରକୁ ଦିଆଯାଇନାହିଁ ବୋଲି ସଂସଦରେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷି ରାଷ୍ଟ୍ରମନ୍ତ୍ରୀ ପ୍ରକାଶ କରିଥିବାରୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଯାଇ ରାଜସ୍ୱ ମନ୍ତ୍ରୀ ଏହା କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ସମ୍ଭବତଃ କୃଷି ରାଷ୍ଟ୍ର ମନ୍ତ୍ରୀଙ୍କ ନିକଟରେ ଏ ସମ୍ପର୍କରେ ବିଧିବଦ୍ଧ ସୂଚନା ପହଂଚି ପାରିନଥିବାରୁ ସେ ଏଭଳି କହିଛନ୍ତି । ପ୍ରକୃତରେ ୯ଟି ଜିଲ୍ଲା ଅନ୍ତର୍ଗତ ୭୦ଟି ବ୍ଲକ୍ର ମରୁଡ଼ି ଅଂଚଳ ପାଇଁ କେନ୍ଦ୍ରକୁ ୧୫୩୪ କୋଟି ଟଙ୍କାର ସହାୟତା ମଗାଯାଇଛି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନପୁଟ୍ ସବ୍ସିଡି ପ୍ରଦାନ କରାଯିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।