ରାଜ୍ୟ

କେନ୍ଦ୍ରାପଡ଼ାରୁ ହଟିଲା କର୍ଫ୍ୟୁ

Published

on

କେନ୍ଦ୍ରାପଡ଼ା ୨୫/୧ : କେନ୍ଦ୍ରାପଡ଼ାରୁ ଶୁକ୍ରବାର ସକାଳୁ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି । ଶାନ୍ତି କମିଟି ଓ ପ୍ରଶାସନ ମଧ୍ୟରେ ଆଲୋଚନା ପରେ ସହରରେ ଶାନ୍ତି ଫେରିବାରୁ ଏହି କଟକଣାକୁ ଉଠାଇ ଦିଆଯାଇଛି । ତେବେ ବର୍ତ୍ତମାନ ପାଇଁ ସହରରେ ୧୪୪ ଧାରା ଜାରି ରହିବ । ଗତକାଲି ରାତିରେ ଶାନ୍ତି କମିଟି, ପ୍ରଶାସନ, ପୋଲିସ ଓ ଗଣ୍ଡଗୋଳ କରିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଶାନ୍ତି ଫେରାଇ ଆଣିବା ପାଇଁ ସବୁପକ୍ଷ ରାଜି ହୋଇଥିଲେ । ଫଳରେ ଶୁକ୍ରବାର ସ୍କୁଲ, କଲେଜ, ଦୋକାନ-ବଜାର ଖୋଲାଯାଇଛି ଓ ଜୀବନଯାତ୍ରା ସ୍ୱାଭାବିକ ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version