କେନ୍ଦ୍ରାପଡ଼ା ୨୪/୧ : କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି ସତ୍ତେ୍ୱ ଆଜି ଦୁଇ ଗୋଷ୍ଠୀ ପୁଣିଥରେ ମୁହାଁମୁହିଁ ହୋଇଥିଲେ । କାଳୀ ମନ୍ଦିର ଛକରେ ଉଭୟ ପକ୍ଷ ମଧ୍ୟରେ ଢ଼େଲାପଥର ମାଡ଼ ସହ ଗଣ୍ଡଗୋଳ ହୋଇଥିଲା । ତେବେ ପୋଲିସ ମୃଦୁ ଲାଠି ଚାଳନା କରି ପରିସ୍ଥିତିକୁ କୋ÷ଣସି ପ୍ରକାରେ ଆୟତକୁ ଆଣିଥିଲା । ଆଜି ବିଜେପି ଓ ଆରଏସଏସ ପକ୍ଷରୁ ବନ୍ଦ ପାଳନ ବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଚାପା ଉତ୍ତେଜନା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ପୋ÷ରାଂଚଳରେ କର୍ଫ୍ୟୁ ଜାରି କରାଯାଇଛି । କର୍ଫ୍ୟୁ ଗୁରୁବାର ଅପରାହ୍ନ ୪ ଟା ଠାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ବୁଧବାର କେନ୍ଦ୍ରାପଡ଼ା ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଫଳରେ ଗତକାଲି ଠାରୁ ସହରରେ କର୍ଫ୍ୟୁ ଜାରି କରାଯାଇଥିଲା ।