ରାଜନୀତି

କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ପାଇଁ ପ୍ରଚାର କରିବେ ବାବୁସାନ

Published

on

କେନ୍ଦ୍ରାପଡ଼ା ୬/୪ : ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ଉପସ୍ଥିତ ଥିଲେ।ତେବେ ବାବୁସାନ୍ ତ ବିଜେପିରେ ନାହାନ୍ତି ,ତେବେ ଏହି ସଭାରେ ସେ କାହିଁକି ଯୋଗ ଦେଇଥିଲେ। ହଁ, ବାବୁସାନଙ୍କ ମାଆ ତଥା ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତର ଆସନରୁ ବିଜେପିର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ କ୍ରମେ ସେହି ସଭାକୁ ଆସିଥିଲେ ବାବୁସାନ୍। ଏକଥା ସେ ନିଜେ ସଭା ମଞ୍ଚରେ ଘୋଷଣା କରିଛନ୍ତି।
ବାବୁସାନ କହିଛନ୍ତି ଯେ, କେନ୍ଦ୍ରାପଡ଼ାର ଉନ୍ନତିଲାଗି ବୈଜୟନ୍ତ ପଣ୍ଡା ଗତ ୧୦ ବର୍ଷ ହେବ ନିରନ୍ତର ପ୍ରଚେଷ୍ଟା କରି ଚାଲିଛନ୍ତି। କେନ୍ଦ୍ରରେ ମୋଦୀ ସରକାର ଏବଂ ରାଜ୍ୟରେ ବିଜେପି ସରକାର ଆସିବା ଦରକାର ବୋଲି କହିଛନ୍ତି। ବାବୁସାନ୍ ଏହି ମଞ୍ଚରେ ବୈଜୟନ୍ତ ପଣ୍ଡାଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ କାରଣ ତାଙ୍କ ସଂସ୍ଥା ପକ୍ଷରୁ ପ୍ରଯୋଜିତ ସୁପରହିଟ୍ ସିନେମାରେ କାମ କରି ଲୋକପ୍ରୟତା ହାସଲ କରିଛନ୍ତି। ଏହି ସଭାପରେ ଯାହା ଜଣାପଡ଼ୁଛି ଏଥର କେନ୍ଦ୍ରାପଡ଼ାରେ ଅନୁଭବ ବନାମ ବୈଜୟନ୍ତ ନୁହେଁ ବରଂ ବାବୁସାନ୍ ବନାମ ଅନୁଭବ ସ୍ଥିତି ହୋଇଛି। ଅନୁଭବଙ୍କ ଷ୍ଟାରଡମକୁ ଟକ୍କର ଦେବାଲାଗି ବାବୁସାନଙ୍କୁ କେନ୍ଦ୍ରାପଡ଼ାରେ ଘନଘନ ପ୍ରଚାରଲାଗି ଅଣାଯିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Trending

Exit mobile version