ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରଣାଳୟର ମୂଖ୍ୟ ଦପ୍ତର କୃଷି ଭବନ ଏବେ ଖାଁ ଖାଁ ଲଗୁଛି। ଏହି ଭବନ ରେ କୃଷି ବ୍ୟତୀତ ଖାଦ୍ୟ ଓ ଖାଉଟି କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦପ୍ତର ରହିଛି।
ବିବାଦୀୟ କୃଷି ଆଇନକୁ ନେଇ ଦେଶରେ ଚାଷୀ ଆନ୍ଦୋଳନ ଜୋର ଧରୁଥିବାବେଳେ ମନ୍ତ୍ରୀମାନେ ନିଆଁ ଲିଭା କାମରେ ନିୟୋଜିତ ହୋଇଥିବାରୁ ଅଫିସ ଆସି ପାରୁନାହାନ୍ତି।
କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ତାଙ୍କର ନିଜ ରାଜ୍ୟ ମଧ୍ୟପ୍ରଦେଶରେ ଚାଷୀମାନଙ୍କର ରୋଷ ଶାନ୍ତ କରିବା କାମରେ ଲାଗି ପଡ଼ିଛନ୍ତି। ରାଜ୍ୟରେ ବର୍ତମାନ ବିଧାନସଭାର ୨୪ ଟି ଆସନ ପାଇଁ ସାନି ନିର୍ବାଚନରେ ହେଉଛି। ଏବଂ ଏହି ନିର୍ବାଚନର ଫଳାଫଳ ଉପରେ ରାଜ୍ୟରେ ଚୌହାନ ନେତୃତ୍ବଧୀନ ବିଜେପି ସରକାରର ଭବିଷ୍ୟତ ନିର୍ଭର କରୁଛି।
ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ ରାଓସହେବ ପାଟିଲ ଦାନବେ ବର୍ତମାନ ତାଙ୍କ ରାଜ୍ୟ ମହାରାଷ୍ଟ୍ରର ସତାରା ଅଂଚଳରେ ଚାଷୀଙ୍କୁ ବୁଝେଇବା କାମରେ ଲାଗି ପଡ଼ିଛନ୍ତି। ସେହିଭଳି ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତି ବୁନ୍ଦେଲଖଣ୍ଡ ଅଂଚଳରେ ଚାଷୀଙ୍କୁ ବୁଝାଉଛନ୍ତି।
ଏମିତିତ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାଶ ପାଶ୍ବାନ ଆସୁସ୍ଥ ହୋଇ ଦୀର୍ଘ ଏକ ମାସଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।