ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପାଇଁ ଚଳିତ ସପ୍ତାହଟି ଅତ୍ୟନ୍ତ କଠିନ ପରୀକ୍ଷାର ସମୟ।
ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ବିରୋଧୀ ଦଳ ଏମପିମାନଙ୍କ ଅଡୁଆ ପ୍ରଶ୍ନ ସମ୍ମୁଖୀନ ହେବାକୁ ପଡିବ।
ଆସନ୍ତା ବୁଧବାର ଦିନ ଗୃହ ମନ୍ତ୍ରଣାଳୟର ଷ୍ଟାଣ୍ଡିଙ୍ଗ କମିଟିର ବୈଠକ ଅଛି। ଏବଂ ଏହା ପୂର୍ବରୁ ମଙ୍ଗଳବାର ଦିନ ଇଲେକ୍ଟ୍ରୋନିକ ଅଣ୍ଡ ଇଂନଫରମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟର ଷ୍ଟାଣ୍ଡିଙ୍ଗ କମିଟିର ବୈଠକ ଅଛି।
ଆଇଟି ମନ୍ତ୍ରଣାଳୟର ବୈଠକରେ ସାଧାରଣ ନାଗରିକଙ୍କ ଡାଟା ନିରାପତ୍ତା ଏବଂ ବ୍ୟକ୍ତିଗତ ଗୋପନୀୟତା ନେଇ ପ୍ରଶ୍ନ ଉଠିବ।ଚୀନ ଆପ ଟିକଟକର ଦେଶରେ ପ୍ରଵେଶ ଏବଂ ସେଗୁଡିକର ନିଷିଦ୍ଧ ହେବା ନେଇ ପ୍ରଶ୍ନ ହେବ। ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଆଇଟି ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ଅଛନ୍ତି।
ତେବେ ବୁଧବାର ହେବାକୁ ଥିବା ଗୃହ ମନ୍ତ୍ରଣାଳୟର ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ହେବ। କଂଗ୍ରେସ ବରିଷ୍ଠ ନେତା ଆନନ୍ଦ ଶର୍ମା ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଙ୍ଗ କମିଟି ସମ୍ମୁଖରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା କରୋନା ମହାମରୀର ପରିଚାଳନା, ରାଜ୍ୟଗୁଡିକ ସହ ସମନ୍ୱୟ, ଲକଡାଉନ, ଅନଲକ, ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦ୍ଧସା ଆଦି ଉପରେ ତଥ୍ୟ ରଖିବେ। ସଚିବ ଭାଲ୍ଲା ଏବଂ ତାଙ୍କ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅନେକ ଅଡୁଆ ପ୍ରଶ୍ନର ସମ୍ମୁଖୀନ ହେବ