ନୂଆଦିଲ୍ଲୀ: ଆମେରିକାରୁ ଷୋହଳ ଘଣ୍ଟାର ବିମାନ ଯାତ୍ରା କରି ଫେରିବା ପରେ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସିଧାସଳଖ ଗ୍ଲୋବାଲ ଏକ୍ସନ ଫୋରମ-୨୦୨୨ର ସମ୍ମିଳନୀରେ ଅଧ୍ୟକ୍ଷତା କରିବାକୁ ପହଞ୍ଚି ଥିଲେ। ଦେଶର ବିଭିନ୍ନ ସ୍ଥାନରେ ଥିବା କାଉନସିଲ ଅଫ ସାଇନ୍ସ ଆଣ୍ଡ ଇନଡ଼ଷ୍ଟ୍ରଆଲ ରିସର୍ଚ୍ଚ ଅନୁଷ୍ଠାନ ଗୁଡିକର ମୁଖ୍ୟ ମାନଙ୍କର ଏହି ସର୍ବ ପ୍ରଥମ ସମ୍ମିଳନୀରେ ଦେଶରେ ଥିବା ୩୭ଟି ଲବରଟୋରୀ ନିର୍ଦେଶକ ଓ ବିଭାଗୀୟ ମୁଖ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।
କାଉନସିଲର ମହା-ନିର୍ଦେଶକ ଡକ୍ଟର ଏନ. କଳାଇସେଲଭି ଆଶା କରିନଥିଲେ ମନ୍ତ୍ରୀ ସିଂହ ଆମେରିକାରୁ ଫେରି ଏହି ସମ୍ମିଳନୀରେ ଯୋଗ ଦେଇ ପାରିବେ। ହେଲେ ସିଂହଙ୍କୁ ସମ୍ମିଳନୀସ୍ଥଳରେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।
ମହା-ନିର୍ଦେଶକ କଳାଇସେଲଭି ତାଙ୍କ ଭାଷଣରେ ତାଙ୍କର ଏହି ଭାବାବେଗକୁ ପ୍ରକାଶ କରି ଜେଟ ଲାଗ ସତ୍ୱେ ମନ୍ତ୍ରୀ ଆସିଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।
ହେଲେ ଏହାର ଉତ୍ତରରେ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଥିଲେ “ଜେଟ ଲାଗ କଣ ମୋଦୀ ସରକାର ଜଣେନି।”