Nation

କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ, ଅଦଳ ବଦଳ, ୪୩ ନୂଆ ମୁହଁ, ୧୧ ମନ୍ତ୍ରୀଙ୍କ ଇସ୍ତଫା

Published

on

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତାଙ୍କ ମନ୍ତ୍ରୀମଣ୍ଡଳର ବିସ୍ତାର କରି ୪୩ ଜଣଙ୍କୁ ନୂଆ ମନ୍ତ୍ରୀଭାବେ ନେଇଥିବା ବେଳେ ୧୧ ଜଣଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିଛନ୍ତି। ପ୍ରଧାନମନ୍ତ୍ରୀ ୭ ଜଣ ରାଷ୍ଟ୍ର ମନ୍ତ୍ରୀଙ୍କୁ ପଦୋନ୍ନତି ଦେଇଛନ୍ତି।
ଏହି

ନୂଆ ମନ୍ତ୍ରୀଙ୍କ ନାମ ତାଲିକାରେ ଓଡିଶାର ବିଜେପି ରାଜ୍ୟସଭା ସଭ୍ୟ ଅଶ୍ୱିନୀ ବୈଷ୍ଣବ ଓ ମୟୁରଭଞ୍ଜ ସାଂସଦ ବିଶ୍ୱଶ୍ବେଶର ଟୁଡୁଙ୍କ ସମେତ ନାରାୟଣ ଟାଟୁ ରାଣେ, ସର୍ବାନନ୍ଦ ସୋନେବାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି କୁମାର ପାରସ,ବୀରେନ୍ଦ୍ର କୁମାର,ରାମଚନ୍ଦ୍ର ସିଂହ,ପଙ୍କଜ ଚୌଧୁରୀ, ଏସ ପି ସିଂ ବାଘେଲ,ଭାନୁ ପି ବର୍ମା, ଅନୁପ୍ରିୟା ପଟେଲ,ମିନାକ୍ଷୀ ଲେଖି, ଅଜୟ ମିଶ୍ର ଆଦିଙ୍କ ନାମ ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ ତାଙ୍କର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ଇସ୍ତଫା ଦେବାକୁ ପଡିଛି। ସେହିଭଳି ଓଡ଼ିଶାର ମନ୍ତ୍ରୀ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ଆଇଟି ଓ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର, ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡ଼, ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, ଉଚ୍ଚଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ବାବୁଲ ସୁପ୍ରିୟଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆ ଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version