୮/୩ : କେନ୍ଦ୍ର ରେଳମନ୍ତ୍ରଣାଳୟ ନିଷ୍ପତି ଅନୁସାରେ ରାଜ୍ୟର ବିଭିନ୍ନ ରେଳ ଜୋନରେ ମିଳିବ । ଯାହାକି ପୂର୍ବତଟ ରେଳବାଇ, ଦକ୍ଷିଣ-ପୂର୍ବାଞ୍ଚଳ ରେଳ ଜୋନ୍ ଏବଂ ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଳ ଜୋନ ଗୁଡ଼ିକରେ ଅନ୍ତର୍ଭୁକ୍ତ ଥିବା ଷ୍ଟେସନ ଗୁଡ଼ିକରେ ଓଡ଼ିଆରେ ଛପା ରେଳ ଟିକେଟ୍ ମିଳିବ । ତେବେ ରାଜ୍ୟରେ ମୋଟ୍ ୩୧୭ଟି ରେଳ ଷ୍ଟେସନରେ ଓଡ଼ିଆ ଭାଷାରେ ଛପା ହୋଇଥିବା ଅଣ-ସଂରକ୍ଷିତ ଟିକେଟ୍ ମିଳିବ ବୋଲି ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ହୋଇଛି ।
ସେପଟେ ଓଡିଶାରେ ରେଳ ଟିକେଟକୁ ଆଂଚଳିକ ଓଡିଆ ଭାଷାରେ ଛାପିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ, ଓଡିଶାରେ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ତରଫରୁ ଅନେକ ବ୍ୟବସ୍ଥା କରାଯାଇଛି ।