Nation

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଣ୍ଡବ୍ୟଥା

Published

on

ନୂଆଦିଲ୍ଲୀ: ଦେଶର ଶିକ୍ଷାଅନୁଷ୍ଠାନଗୁଡିକର ମାନାଙ୍କ ବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରେଙ୍କିଙ୍ଗ ଫ୍ରେମୱର୍କ (NIRF) ଘୋଷଣା ହେବାପରେ ବର୍ତ୍ତମାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଣ୍ଡବ୍ୟଥା ବଢି ଯାଇଛି।

ଏହି ରେଙ୍କିଙ୍ଗ ପ୍ରକାଶ ପାଇବା ପରେ ଦେଶର ଅନେକ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଅନେକ ମିଥ୍ୟା ଏବଂ ଭ୍ରମାତ୍ମକ ବିଜ୍ଞାପନ ଦେଇ ଛାତ୍ର-ଛାତ୍ରୀ ମାନକୁ ଆକୃଷ୍ଟ କରିବା ଆରମ୍ଭ କରିଦେଇଛନ୍ତି। କେତକ ଅନୁଷ୍ଠାନ ସେମାନଙ୍କର ରେଙ୍କିଙ୍ଗର ଭୁଲ ବ୍ୟାଖ୍ୟାନ କରିବାର ବିଷୟ ମନ୍ତ୍ରୀଙ୍କ ନଜରକୁ ଆସିଛି। କେତକ ଅନୁଷ୍ଠାନ ରାଜ୍ୟସ୍ତରରେ ଏପରିକି ଜିଲ୍ଲାସ୍ତରରେ ନିଜର ରେଙ୍କର ଅବତାରଣା କରୁଛନ୍ତି। ଯଦିଓ ଏଭଳି କୌଣସି ରେଙ୍କିଙ୍ଗ ହୋଇ ନାହିଁ। କେତକ ଅନୁଷ୍ଠାନ କେବଳ ସେମାନଙ୍କର ରେଙ୍କିଙ୍ଗ କଥା କହୁଛନ୍ତି କିନ୍ତୁ କେଉଁ ବର୍ଷର ତାହା ଉଲ୍ଲେଖ କରୁ  ନାହାନ୍ତି।

ଏହି ଘଟଣାକୁ ମନ୍ତ୍ରୀ ପ୍ରଧାନ ଗୁରୁତର ସହ ନେଇଛନ୍ତି। ତାଙ୍କ ମନ୍ତ୍ରଣାଳୟ ବର୍ତମାନ ସମସ୍ତ ଶିକ୍ଷାଅନୁଷ୍ଠାନ ଗୁଡିକୁ ଚେତାବନୀ ଦେଇଛନ୍ତି ଯେ ଏଭଳି କାର୍ଯ୍ୟକଳାପରେ ଲିପ୍ତ ରହିଲେ ଆଗାମୀ ବର୍ଷରେ ସେମାନଙ୍କୁ NIRF ରେଙ୍କିଙ୍ଗ ପ୍ରକିୟାରେ ସାମିଲ କରାଯିବ ନାହିଁ।

 

Leave a Reply

Your email address will not be published. Required fields are marked *

Trending

Exit mobile version