ନୂଆଦିଲ୍ଲୀ ୫/୧୨ : ୪ଜଣ ଖ୍ୟାତନାମା ଓଡ଼ିଆ ସାହିତ୍ୟିକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଡ. ଦାଶରଥୀ ଦାସ, ଡ. ଗଗନେନ୍ଦ୍ର ନାଥ ଦାସ, ଡ. ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗ । ଡ.ଦାଶରଥି ଦାସ ତାଙ୍କର ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ଲାଗି ସାହିତ୍ୟ ଏକାଡେମି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି। ସେହିପରି ଡ.ଗଗନେନ୍ଦ୍ର ନାଥ ଦାସଙ୍କୁ ସାହିତ୍ୟ ଏକାଡେମି ଭାଷା ସମ୍ମାନ ଏବଂ ଡ.ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗଙ୍କୁ କୋଶଲି-ସମ୍ବଲପୁରୀ ଭାଷା ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଏକାଡେମୀର ଏକଜିକ୍ୟୁଟିଭ ବୋର୍ଡ ବୈଠକରେ ଏହି ନିଷ୍ପତି ହୋଇଛି ।