ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ନିଜ ସ୍ୱାସ୍ଥ୍ୟ ଅପେକ୍ଷା କର୍ତ୍ତବ୍ୟକୁ ଗୁରୁତ୍ୱ ମଣିଲେ। ସୂଚନା ଓ ପ୍ରସାରଣ ବିଭାଗର ଷ୍ଟାଣ୍ଡିଂ କମିଟିର ବୈଠକ ଥିଲା। ହେଲେ ଗୋଡ଼ରେ ଆଘାତ ଲାଗିଥିବାରୁ ହସ୍ପିଟାଲରେ ଅଛନ୍ତି ଏଣୁ ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ଜଣାଇଥିଲେ ସଚିବ। କମିଟିର ବୈଠକ ତାରିଖ ପରିବର୍ତନ କରିବକମିଟିର ଅଧକ୍ଷ ଶଶୀ ଥରୁର ମଧ୍ୟ ସଚିବଙ୍କ ଅନୁପସ୍ଥିତି ଗ୍ରହଣୀୟ ବୋଲି ଅନୁମୋଦନ କରିଥିଲେ।
ହେଲେ ବୈଠକ ବସିବା ପୂର୍ବରୁ ସଚିବ ଅମିତ ଖାରେ ବୈଠକ ସ୍ଥାନରେ ହାଜ଼ର ହୋଇଯାଇଥିଲେ। ପ୍ରକୃତପକ୍ଷେ ହସ୍ପିଟାଲ କତ୍ତୃପକ୍ଷ ଖରେଙ୍କୁ ବୈଠକରେ ଯୋଜ ଦେବାକୁ ଦୁଇ ଘଣ୍ଟା ପାଇଁ ଛାଡିଥିଲେ।