ଧାନବାଦ ୨୩/୧ : ଧାନବାଦସ୍ଥିତ ଭାରତ କୋକିଂକୋଲ୍ସ ଲିମିଟେଡର ଏକ ଖଣିରେ ଆଜି କୋଇଲା ଖଣି ଧସିପଡ଼ିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । କୋଇଲା ଖଣ୍ଡ ତଳେ ଅନ୍ୟ କେତେକ ବ୍ୟକ୍ତି ଚାପି ହୋଇ ରହିଥିବା ଆଶଙ୍କା କରାଯାଉଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ । ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ହେଲେ, ଦିନେଶ ପଶୱାନ ଓ କାଣ୍ଟରୱାନି ।