ଦେଶ ବିଦେଶ

କୋଚିଙ୍ଗ ସେଂଟରରେ ଭୟାବହ ଅଗ୍ନିକାଣ୍ଡ : ୧୫ ମୃତ

Published

on

ସୁରଟ ୨୪/୫ : କୋଚିଙ୍ଗ ସେଂଟରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଏତେ ଭୟାବହ ହୋଇଛି ଯେ ଏ ପର‌୍ୟ୍ୟନ୍ତ ଏହି ଘଟଣାରେ ୧୫ ଜଣ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ନିଜର ଜୀବନ ବଞ୍ଚାଇବା ପାଇଁ ଛାତ୍ର-ଛାତ୍ରୀ ପ୍ରାଣବିକଳରେ ଚାରି ମହଲା ଛାତରୁ ଡେଇଁ ପଡ଼ିଛନ୍ତି। ସୁରତ ପୋଲିସ କମିଶନର ସତୀଶ କୁମାର ମିଶ୍ର ୧୫ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି। ପରିସ୍ଥିତିକୁ ଦେଖିଲେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କହିଛନ୍ତି। ଦମକଳର ୧୮ ଗାଡି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରୁଛନ୍ତି।
ସୁରତର ସରଥନା ଇଲାକା ସ୍ଥିତ ତକ୍ଷଶିଳା କମ୍ପ୍ଲେକ୍ସ ଏକ କର୍ମସିଆଲ କମ୍ପ୍ଲେକ୍ସ ଏବଂ ଏଥିରେ ଅନେକ ଦୋକାନ ଓ କୋଚିଂ ସେଣ୍ଟର ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଅଛନ୍ତି, ଯେଉଁମାନେ କମ୍ପ୍ଲେକ୍ସରେ ସ୍ଥିତ ଏକ କୋଚିଂ ସେଣ୍ଟରକୁ ପଢିବାକୁ ଆସିଥିଲେ। ମାତ୍ର ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ। ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ଛାତ୍ରଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version