Connect with us

ଭୁବନେଶ୍ୱର:ବିଶ୍ୱ ପ୍ରସିଦ୍ଧ ଐତିହସ୍ଥଳି କୋଣାର୍କର ଭିତ୍ତିଭୂମିକୁ ଅନ୍ତର୍ଜାତୀୟ ସ୍ତରର କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି। ଏହି କାର୍ଯ୍ୟ କ୍ରମର ଅଂଶ ଭାବରେ କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା ଯୋଜନା ପ୍ରସ୍ତୁତ ହୋଇଛି।

କୋଣାର୍କ କୁ ପ୍ରତି ଦିନ ବିଶ୍ବର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶ କୁ ଆନ୍ତଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହାର ବିଭିନ୍ନ ଦିଗ ଉପରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତି ନିମନ୍ତେ ଏକ ଉପସ୍ଥାପନା କରାଯାଇଥିଲା । ଜନସାଧାରଣ ଏହି ଚିଠା ଯୋଜନା ଉପରେ ସେମାନଙ୍କ ସୁଚିନ୍ତିତ ମତାମତ ୨୧ ଦିନ ଭିତରେ ଦେଇପାରିବେ ।

କଳିଙ୍ଗ ସ୍ଥାପତ୍ୟ କଳାର ଅପୂର୍ବ ନିଦର୍ଶନ ହେଉଛି କୋଣାର୍କ ମନ୍ଦିର । ଗଙ୍ଗ ବଂଶର ରାଜା ଲାଙ୍ଗୁଳା ନରସିଂହ ଦେବଙ୍କର ତ୍ରୟୋଦଶ ଶତାଦ୍ଦୀର ଏହି ଅନୁପମ କୀର୍ତ୍ତି ତାର ଅବିଶ୍ବସନୀୟ କଳା ଓ ଭାସ୍କର୍ଯ୍ୟ ପାଇଁ ସାରା ବିଶ୍ବର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଆସିଛି ।

ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ମନ୍ଦିର ର ମୁଖ୍ୟ ଅଂଶ ଭାଂଗି ଯାଇଥିଲେ ମଧ୍ୟ ମୁଖଶାଳାର ଶୋଭା ଓଡିଶାର କାରିଗର ଓ ଶିଳ୍ପୀ ମାନଙ୍କର ଦକ୍ଷତାର ଜୟଗାନ କରିଆସୁଛି ।

ଏହି ମନ୍ଦିର ତତ୍କାଳୀନ ଓଡିଶାର ସଂପନ୍ନତା ବିଷୟରେ ସୂଚିତ କରିଥାଏ। ମନ୍ଦିର ଗାତ୍ରରେ ଜିରାଫର ଚିତ୍ର ଆଫ୍ରିକୀୟ ଦେଶ ମାନଙ୍କ ସହିତ ତତ୍କାଳୀନ ଓଡ଼ିଶାର ସଂପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥାଏ ।

୧୯୮୪ ମସିହାରେ UNESCO କୋଣାର୍କକୁ ବିଶ୍ବ ଐତିହ୍ୟର ମାନ୍ୟତା ପ୍ରଦାନ କରିଛି । ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

“ମନ୍ଦିରର ସୁରକ୍ଷା ସହିତ ଏହାର ସଂରକ୍ଷଣ ତଥା ଅଧିକରୁ ଅଧିକ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । “

ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା, କୋଣାର୍କ ସୂର୍ଯ୍ୟ ମନ୍ଦିରର ଗରିମାର ସୁରକ୍ଷା, ପର୍ଯ୍ୟଟକ ମାନଙ୍କ ପାଇଁ ଅନନ୍ୟ ଅନୁଭୂତି, ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଆର୍ଥିକ ଉନ୍ନତି ତଥା କୋଣାର୍କ ସହିତ ପୁରୀ ଜିଲ୍ଲା ଓ ସମଗ୍ର ରାଜ୍ୟର ପର୍ଯ୍ୟଟନ ଅର୍ଥନୀତିର ବିକାଶ।

କୋଣାର୍କ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଭିତ୍ତିଭୂମି ବିକାଶ କୁ ଏହି ପ୍ରାଚୀନ ଐତିହ୍ୟ ସହ ସମନ୍ବିତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ସାଢ଼େ ତିନି କିଲୋମିଟର ବାହ୍ୟ ରିଂଗ ରୋଡକୁ ଛ ଅ ଥାକିଆ ନିର୍ମାଣ କରାଯିବା ସହିତ ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବା ଯାତ୍ରୀଙ୍କୁ ନେବାଆଣିବା ପାଇଁ ଭୁବନେଶ୍ୱର ରୁ କୋଣାର୍କ ପଯ୍ଯନ୍ତ ପଏଣ୍ଟର ବିକାଶ କରାଯିବ ।ଫେରି ବାଲା ମାନଙ୍କୁ ପୁନଃ ଥଇଥାନ କରାଯିବ।ମନ୍ଦିର ସମ୍ମୁଖରେ ଥିବା ତିରିଶ ଏକର ଜମି ସମ୍ପୂର୍ଣ୍ଣ ଖୋଲା ରହିବ ଏବଂ ଲ୍ୟାଣ୍ଡସ୍କାପିଙ୍ଗ (landscaping) କରାଯିବ ।

ପ୍ରବେଶସ୍ଥଳ ରେ ପଯ୍ଯ ଟକ ମାନଙ୍କୁ ସ୍ବାଗତ କରିବା ପାଇଁ।
ସୁଦ୍ଯୃଶ୍ଯ କୋଣାର୍କ ଏଣ୍ଟ୍ରି ପ୍ଲାଜା ନିର୍ମାଣ କରାଯିବ । ତା ସହିତ ଗାଡିମଟର ପାର୍କିଂ ପାଇଁ ବହୁମୁଖୀ କେନ୍ଦ୍ର ବା Multi-modal hub ନିର୍ମାଣ କରାଯିବ।
କୋଣାର୍କ ମୁକ୍ତାକାଶ ରଂଗମଞ୍ଚର ପୁନ୍ରବିନ୍ଯାସ କରାଯିବ।

ଐତିହ୍ୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ପଥଚାରୀ ମାନଙ୍କ ପାଇଁ ସ୍ବତନ୍ତ୍ର ରାସ୍ତା ମଧ୍ୟ ନିର୍ମାଣ କରାଯିବ।

କୋଣାର୍କ ଯୋଜନାରେ ସ୍ଥାନୀୟ ଲୋକଙ୍କ ଆଶା ଆକାଂକ୍ଷାର ପ୍ରତିଫଳନ ସହିତ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ବିଶ୍ବସ୍ତରୀୟ ଦୃଷ୍ଟିଭଙ୍ଗୀର ପ୍ରତିଫଳନ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର ଉପସ୍ଥାପନା ଦେଇଥିଲେ।


ମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡିଶା ସରକାର ଓ ଇଣ୍ଟେଲ ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ : ଭାରତକୁ ଆସିବ ସବଷ୍ଟ୍ରେଟ୍ ଉତ୍ପାଦନ ପ୍ରଯୁକ୍ତି

Published

on

ଭୁବନେଶ୍ୱର : ଓଡ଼ିଶାରେ ଏକ ଉନ୍ନତ ପ୍ୟାକେଜ଼ିିଂ ଗ୍ଲାସ୍ କାେର ସବଷ୍ଟ୍ରେଟ୍ ଉତ୍ପାଦନ ୟୁନିଟ୍ ପ୍ରତ଼ିଷ୍ଠା  ପାଇଁ  ଢାଞ୍ଚା ସ୍ଥାପନ କରିବା ଲାଗି ଓଡିଶା ସରକାର ଓ ଆମେରିକାର ଇଣ୍ଟେଲ କରପୋରେସନ ଏବିଂ ୩ଡ଼ିଜ଼ିଏସ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛ଼ି। ଏହି ପ୍ରକଳ୍ପ ଦେଶର ସର୍ବବୃହତ ଉଚ୍ଚ – ପ୍ରଯୁକ୍ତି ଉତ୍ପାଦନ ନିବେଶ ମଧ୍ୟରୁ ଗୋଟିଏକୁ ପ୍ରତିନିଧିତ୍ୱ କରେ। ଏହି଼ି ୟୁନିଟ  ଭୁବନେଶ୍ୱର ଓ ଖୋର୍ଦ୍ଧା ମଧ୍ୟରେ ସ୍ଥାପିତ ହେବ।

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଇଣ୍ଟେଲର ସିଇଓ ଲିପ୍ -ବୁ ଟାନଙ୍କ ଉପସ୍ଥିତ ରେ  ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା।

ଏହି଼ି ଐତିହାସିକା ବୁଝାମଣାପତ୍ର ସ୍ଵାକ୍ଷର ଭାରତରେ ସେମିକଣ୍ଡଟର ଉତ୍ପାଦନର  ସମ୍ପୂର୍ଣ୍ଣ  ଇକୋସିଷ୍ଟମର ବିକାଶ କରିବା ପାଇଁ  ସରକାରଙ୍କ ଦୃଷ୍ଟିକୋଣ  ସହିତ ସମ୍ୱନ୍ୱିତ ବୋଲି କେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କହିଛନ୍ତି।

Continue Reading

Business

ଓଡିଶାର ଇସ୍ପାତ ଶିଳ୍ପ କ୍ଷେତ୍ରକୁ ମିଳିଲା ଜାପାନରୁ ବୃହତ ପ୍ରତ୍ୟକ୍ଷ ପୁଞ୍ଜି, ଜେଏଫଇ କରିବ 15000 କୋଟି ଟଙ୍କା ବିନିଯୋଗ

Published

on

ରେଙ୍ଗାଲି, ସମ୍ବଲପୁର:  ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆଜି ଏଠାରେ ଜେଏସଡବ୍ଲୁ  ଷ୍ଟିଲ୍ ଏବଂ ଜାପାନର ଜେଏଫଇ ଷ୍ଟିଲ୍ କର୍ପୋରେସନ୍ ମଧ୍ୟରେ ଏକ ଯୁଗ୍ମ ସହଭାଗିତା (Joint Venture) ଆରମ୍ଭ ହୋଇଛି।

ଏହି ସହଭାଗିତା ବିଶେଷ କରି ଇଲେକ୍ଟ୍ରିକାଲ ଷ୍ଟିଲ୍ ଉତ୍ପାଦନରେ ସହାୟକ ହେବ, ଯାହା ଇଲେକ୍ଟ୍ରିକ୍ ଯାନ (EV) ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବ।

ଏହି ପ୍ରକଳ୍ପ ଜରିଆରେ ଜାପାନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ୧୫,୦୦୦ କୋଟି ଟଙ୍କାର ଏକକ ପୁଞ୍ଜିନିବେଶ କରାଯାଇଛି। ଏହାଦ୍ୱାରା JSW ଷ୍ଟିଲର ବର୍ତ୍ତମାନର କ୍ଷମତା ବାର୍ଷିକ ଅତିରିକ୍ତ ୧୦ ନିୟୁତ ଟନ୍ (10 MTPA) ବୃଦ୍ଧି ପାଇବ, ଯାହା ବିଶ୍ୱ ଇସ୍ପାତ ବଜାରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ।

ଏହି ଯୁଗ୍ମ ସହଭାଗୀତl ଓଡ଼ିଶାରେ ୩୦ ହଜାର କୋଟି ଟଙ୍କା ନିବେଶ କରିବ  ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଅତ୍ୟାଧୁନିକ ହାଇଗ୍ରେଡ୍ ଷ୍ଟିଲ ପ୍ରସ୍ତୁତ କ୍ଷେତ୍ରରେ JSW ଓ JFE ଷ୍ଟିଲ୍‌’ର ସହଭାଗୀତା ଖୁବ୍ ସହାୟକ ହେବ । ଏହି ସହଭାଗୀତା ଦ୍ୱାରା ଓଡ଼ିଶାରେ ସମୁଦାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା 2030 ବେଳକୁ 100 ନିୟୁତ ଟନ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି ।

ବର୍ତମାନ ରାଜ୍ୟ ବାର୍ଷିକ 40 ନିୟୁତ ଟନ ଇସ୍ପାତ ଉତ୍ପଦାନ କ୍ଷମତା ସୃଷ୍ଟି କରି ପାରିଛି ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ଏହି ଜଏଣ୍ଟ ଭେନ୍‌ଚର୍ ଭାରତ ଓ ଜାପାନ ମଧ୍ୟରେ ଦୀର୍ଘକାଳୀନ ଶିଳ୍ପ ସହଯୋଗୀ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବିଶେଷକରି, ଟେକ୍ନୋଲୋଜି ଭିତ୍ତିକ ଅତ୍ୟାଧୁନିକ ଷ୍ଟିଲ୍‌ ନିର୍ମାଣ କ୍ଷେତ୍ରରେ ଏହି ସହଯୋଗ ଓଡ଼ିଶା ଓ ରାଜ୍ୟର ଅଭିବୃଦ୍ଧିରେ ସହାୟକ ହେବ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, JSW Steel ଓ ସାଉଦ କୋରିଆ କମ୍ପାନୀ ପୋସ୍କୋ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଓ କେନ୍ଦୁଝରରେ ଦୁଇଟି ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ସ୍ଥାପନ କରାଯାଉଛି । ଏହି ଦୁଇଟି ପ୍ରକଳ୍ପ ବର୍ଷକୁ ୧୧ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦନ କରିବ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ କେଇଚି ଓନୋ,  ଜାପାନ କାଉନସେଲ ଜେନେରାଲ ଓସିଷୋ ଇସିକାବା, ଜେଏଫଇ ଷ୍ଟିଲ୍ କର୍ପୋରେସନର ଅଧକ୍ଷ ଓସିଷା କିତାନ, ଜେସଡବ୍ଲୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସଡବ୍ଲୁ ସିମେଣ୍ଟ ଓ ପେଣ୍ଟସ ର ପରିଚାଳନା ନିର୍ଦେଶକ ପାର୍ଥ ଜିନ୍ଦାଳ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

Continue Reading

Nation

ପୁରୀରେ ଗ୍ଲୋବାଲ ଏନରର୍ଜୀ ଲିଡରସ ସମ୍ମିଟ 2025 କୁ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର : ପୁରୀଠାରେ ଆୟୋଜିତ Global Energy Leaders’ Summit 2025 (GELS 2025)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍‍ଘାଟନ କରିଛନ୍ତି। ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି ଯାହାଫଳରେ ୨୦୩୬ ସୁଦ୍ଧା ଜୀବାଶ୍ମ ଇନ୍ଧନ (Fossil Fuel) ଶକ୍ତି ଉତ୍ପାଦନ ଓ ବ୍ୟବହାର ବ୍ୟୟ କମାଇ, ଆମ ରାଜ୍ୟ ଗ୍ରୀନ୍‌ ଏନର୍ଜି ରାଜ୍ୟ ଭାବେ ଉଭା ହେବ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଗ୍ରାମୀଣ ଜନସାଧାରଣଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶକ୍ତି କ୍ଷେତ୍ରରେ ଓଡିଶା ନିଜର ଭବିଷ୍ୟତ ପିଢ଼ି ଉପରେ ବିନିଯୋଗ କରୁଛି କାରଣ ବିଦ୍ୟୁତ୍ ଏକ ସର୍ବୋଚ୍ଚ ପ୍ରାଥମିକତା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି, ଯାହା ସଦା ସର୍ବଦା ଆମକୁ ଆତ୍ମନିର୍ଭର କରିବା ଦିଗରେ ସହାୟତା କରିବ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଓଡିଶା ପରି, ପ୍ରତ୍ୟେକ ରାଜ୍ୟର ନିଜସ୍ୱ ଶକ୍ତି ଉତ୍ପାଦନ ତଥା ସଂରକ୍ଷଣକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। GELS 2025 ହେଉଛି କେନ୍ଦ୍ର, ରାଜ୍ୟ, ଶିଳ୍ପ, ଗବେଷକ, ଅନୁଷ୍ଠାନ ଏବଂ ବିଶ୍ୱର ଶକ୍ତି ବିଶେଷଜ୍ଞ ମାନଙ୍କୁ ଏକତ୍ରିତ କରି ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ଓ ସ୍ଥାୟୀତ୍ୱ ହାସଲ କରିବା ପାଇଁ ଏକ ଅଭିନବ ପ୍ରୟାସ। ଏହା ହେଉଛି ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏକ ସ୍ପଷ୍ଟ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମ ସର୍ବଭାରତୀୟ ପଦକ୍ଷେପ।

ମୁଖ୍ୟମନ୍ତ୍ରୀ କହିଲେ ଯେ, 2014 ପୂର୍ବରୁ, ସାରା ଦେଶରେ ଘରୋଇ ଗ୍ରାହକ ଏବଂ ଶିଳ୍ପକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ଏକ ଚ୍ୟାଲେଞ୍ଜ ଥିଲା। ଘରୋଇ ଚାହିଦା ପୂରଣ କରିବା ପାଇଁ ବିଦ୍ୟୁତ୍ ଉତ୍ପାଦନ ଯଥେଷ୍ଟ ନଥିଲା। ଗ୍ରାମାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ବିଭ୍ରାଟ ସାଧାରଣ ଘଟଣା ଥିଲା । ବିଦ୍ୟୁତ୍ ଉତ୍ପାଦନରେ ହ୍ରାସ ଦେଶର ଶିଳ୍ପ ଏବଂ ବାଣିଜ୍ୟକୁ ମଧ୍ୟ ପ୍ରଭାବିତ କରୁଥିଲା। କିନ୍ତୁ, ଗତ ଦଶନ୍ଧିରେ ଏସବୁରେ ଉନ୍ନତି ଆସିଛି ଏବଂ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଶକ୍ତି ମନ୍ତ୍ରଣାଳୟର ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଦ୍ୱାରା ଏହା ସମ୍ଭବ ହୋଇଛି। ବର୍ଦ୍ଧିତ ଚାହିଦା, ଭିତ୍ତିଭୂମି ବିକାଶ ଏବଂ ପାରମ୍ପରିକ ଏବଂ ନବୀକରଣୀୟ ଶକ୍ତି ଉତ୍ସ ପାଇଁ ଦୃଢ଼ ନୀତିଗତ ସମର୍ଥନ ଦ୍ୱାରା ଭାରତର ଶକ୍ତି କ୍ଷେତ୍ର ଗତ ୧୧ ବର୍ଷରେ ଦ୍ରୁତ ଅଭିବୃଦ୍ଧି ହାସଲ କରିପାରିଛି।

ଯେକୌଣସି ଦେଶ, ରାଜ୍ୟ କିମ୍ବା ସମାଜର ନିରନ୍ତର ବିକାଶ ପାଇଁ ପର୍ଯ୍ୟାପ୍ତ ଶକ୍ତି ଆବଶ୍ୟକ। ବିଦ୍ୟୁତ୍ ଉତ୍ପାଦ ସହିତ, ବିଦ୍ୟୁତ୍ ଆବଣ୍ଟନ ପାଇଁ ଭିତ୍ତିଭୂମି ଗଠନ ମଧ୍ୟ ଆବଶ୍ୟକ। ବର୍ତ୍ତମାନ, ତାପଜ ଉତ୍ସରୁ ଭାରତର ବିଦ୍ୟୁତ୍ ଉତ୍ପାଦନ ମାତ୍ର ୫୧ ପ୍ରତିଶତ, ଯାହା ଆଗାମୀ କିଛି ଦିନ ମଧ୍ୟରେ ଆହୁରି ହ୍ରାସ ପାଇବ। ଏହି ପରିପ୍ରେକ୍ଷୀରେ, ଓଡ଼ିଶା ସ୍ଥାୟୀ ଭାବରେ ଆଗକୁ ବଢ଼ିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଆମ ସରକାର ୨୦୭୦ ସୁଦ୍ଧା ନେଟ୍ ଜିରୋ କାର୍ବନ ଏମିସନ ହାସଲ କରିବା ପାଇଁ ଏକ ଦୀର୍ଘକାଳୀନ ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ଏହି ଦାୟିତ୍ବକୁ ହାସଲ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଓଡିଶାର ଶିଳ୍ପ ନୀତିରେ ଶକ୍ତି ଉତ୍ପାଦନକୁ ଅଧିକ ଗୁରୁତ୍ବ ଦିଆଯାଇଛି। ବିଶେଷକରି ନବୀକରଣୀୟ ଶକ୍ତି ଉପରେ ଗୁରୁତ୍ୱ ଦିଆଯାଇ ଏହାକୁ ଏକ ଘରୋଇ ଶିଳ୍ପ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ନବୀକରଣୀୟ ଶକ୍ତିରେ ଓଡ଼ିଶାର ପ୍ରଗତି ନିମନ୍ତେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ରାଜ୍ୟ ପାଇଁ ଦେଢ଼ ଲକ୍ଷ ସୂର୍ଯ୍ୟ ଘର ଅନୁମୋଦନ ଘୋଷଣା କରିଥିଲେ । ଯାହାଫଳରେ ରାଜ୍ୟର ସାତ ଆଠ ଲକ୍ଷ ଲୋକ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତର ସୌରଶକ୍ତି କ୍ଷମତା ୨୦୧୪ରେ ୨.୮ ଗିଗାୱାଟରୁ ବର୍ତ୍ତମାନ ୧୩୦ ଗିଗାୱାଟକୁ ବୃଦ୍ଧି ପାଇଛି। ସେ ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ସୁଦୃଢ଼ କରିବାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

ଏହି ଅବସରରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍ ଟୋନି ବ୍ଲେୟାର ଭିଡିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ସମାରୋହକୁ ସମ୍ବୋଧିତ କରି ଓଡ଼ିଶାକୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଯେତେବେଳେ ଗୋଟିଏ ସରକାର କାର୍ଯ୍ୟ କରେ ସେତେବେଳେ ଶକ୍ତି ପରିବର୍ତ୍ତନ ସଫଳ ହୁଏ ନାହିଁ, କିନ୍ତୁ ଯେତେବେଳେ ସମୟ ସହିତ ଅନେକ ସରକାର ସମାନ ଦିଗରେ କାର୍ଯ୍ୟ କରନ୍ତି ସେତେବେଳେ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଉଦ୍ୟମ ସଫଳ ହୁଏ। ଏହା ହିଁ Global Energy Leaders’ Summitର ଉଦ୍ଦେଶ୍ୟ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସ୍ଵାଗତ ଭାଷଣ ଦେଇ କହିଥିଲେ ଯେ, କୋଣାର୍କ ସୂର୍ଯ୍ୟ ମନ୍ଦିର ଆମକୁ ମନେ ପକାଇ ଦିଏ ଯେ ଶକ୍ତି ସହିତ ଭାରତର ସମ୍ପର୍କ ଶତାବ୍ଦୀ ଧରି ଆମ ସଭ୍ୟତାର ଏକ ଅଂଶ ହୋଇଆସିଛି । ୨୦୩୦ ସୁଦ୍ଧା, ଆମେ ଶିଳ୍ପ ଏବଂ କୃଷିରେ ନବୀକରଣୀୟ ଶକ୍ତି ବ୍ୟବହାର କରି ବ୍ୟାପକ ପରିବର୍ତ୍ତନ ପାଇଁ ଲକ୍ଷ୍ୟ ରଖିଛୁ । ୨୦୩୬ ସୁଦ୍ଧା, ଯେତେବେଳେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ, ଆମେ ସ୍ୱଚ୍ଛ ଶକ୍ତି, ଉତ୍ପାଦନ ଏବଂ ସବୁଜ ହାଇଡ୍ରୋଜେନର ଅଗ୍ରଣୀ କେନ୍ଦ୍ର ହେବାକୁ ଉଦ୍ୟମ ଆରମ୍ଭ କରିଛୁ ବୋଲି ସେ କହିଥିଲେ।

ଏହି ଅବସରରେ ଦିଲ୍ଲୀର ଶକ୍ତି ମନ୍ତ୍ରୀ ଶ୍ରୀ ଆଶିଷ ସୁଦ, ରାଜସ୍ଥାନର ଶକ୍ତି ମନ୍ତ୍ରୀ ଶ୍ରୀ ହୀରା ଲାଲ ନାଗର, ମୁଖ୍ୟ ଶାସନ ସଚିବ, ଶ୍ରୀ ମନୋଜ ଆହୁଜା, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜର ବରିଷ୍ଠ ଶକ୍ତି ପରାମର୍ଶଦାତା ଶ୍ରୀ ପିଅରେ ନୋଏଲ, IIT କାନପୁରର ସେଣ୍ଟର ଫର ଏନର୍ଜି ରେଗୁଲେସନ୍ ଆଣ୍ଡ ଏନର୍ଜି ଆନାଲିଟିକ୍ସ ଲ୍ୟାବର ମୁଖ୍ୟ ପ୍ରଫେସର ଅନୁପ ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions