ରାଜ୍ୟ

କୋଣାର୍କ ପ୍ରତି ବିପଦ ନାହିଁ : ଏଏସ୍ଆଇ

Published

on

କଟକ ୧୮/୧୨ : କୋଣାର୍କ ମନ୍ଦିର ପ୍ରତି କୋ÷ଣସି ବିପଦ ନାହିଁ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ପ୍ରକାଶ କରିଛି । ମଙ୍ଗଳବାର ହାଇକୋର୍ଟରେ ଦାଖଲ ହୋଇଥିବା ଏକ ସତ୍ୟପାଠରେ ଏଏସ୍ଆଇ ମହାନିର୍ଦ୍ଦେଶକ ଏହା ଉଲ୍ଲେଖ କରିଛନ୍ତି । କୋଣାର୍କ ମନ୍ଦିରରେ ଅନ୍ତର୍ଜାତୀୟସ୍ତରର ମରାମତି କାର୍ଯ୍ୟ ଚାଲିଛି ବୋଲି ସେଥିରେ ଦର୍ଶାଯାଇଛି । ପୂର୍ବରୁ ଦିଲ୍ଲୀ ଓ ଭୁବନେଶ୍ୱରରେ ଅନୁଷ୍ଠିତ ଦୁଇଟି ଉଚ୍ଚସ୍ତରୀୟ ବୈଠକ ପରେ କୋଣାର୍କ ପ୍ରତି କୋ÷ଣସି ବିପଦ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version