ନୂଆଦିଲ୍ଲୀ ୩୦/୧୧ : କୋଣାର୍କ ମନ୍ଦିର ପ୍ରତି କୋ÷ଣସି ବିପଦ ନାହିଁ । ଶୁକ୍ରବାର ଏକଥା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା । ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ କୋଣାର୍କ ମନ୍ଦିର ସ୍ଥିତି ସମ୍ପର୍କରେ ସମୀକ୍ଷା ପରେ ଶ୍ରୀ ଶର୍ମା ଏଭଳି ମତ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଏଏସ୍ଆଇ ଦ୍ୱାରା କୋଣାର୍କ ମନ୍ଦିରର ମରାମତି କାର୍ଯ୍ୟ ଠିକ୍ ଠାକ୍ ଚାଲିଛି । ମରାମତି କାର୍ଯ୍ୟରେ ତ୍ରୁଟି ପରିଲକ୍ଷିତ ହେଲେ ତାହାକୁ ଅବିଳମ୍ବେ ସଜଡା ଯିବ । ଏ ବିଷୟରେ ଅଧିକ ଆଲୋଚନା ପାଇଁ ଆସନ୍ତା ୧୦ ତାରିଖରେ ଆଉ ଏକ ବୈଠକ ଅନୁଷ୍ଠିତ ହେବ । ସେଥିରେ କେନ୍ଦ୍ର ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଓ ଏଏସ୍ଆଇର ଉଚ୍ଚ ଅଧିକାରୀ ଯୋଗ ଦେବେ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।