ନୂଆଦିଲ୍ଲୀ: ବାମପନ୍ଥୀ ଚିନ୍ତାଧାରାର ଯୁବନେତା କଂହେୟା କୁମାରଙ୍କୁ ଘରିଛି କୋଭିଡ ଭୟ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଚଣ୍ଡ ଆକ୍ରମଣ କରୁଥିବା ଏହି ବାମପନ୍ଥୀ ନେତାଙ୍କ କୋଭିଡ ଭୟ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ନିକଟରେ କଂହେୟା କୁମାର କଂଗ୍ରେସ ଦଳରେ ମିଶିବା ବେଳେ କଂହେୟା କୁମାରଙ୍କ କୋଭିଡ ସତର୍କତା ଦେଖିବାକୁ ମିଳିଥିଲା। ମିଶ୍ରଣ ପର୍ବ ସମୟରେ କୁମାର ତାଙ୍କ ମୁହଁରୁ ମାସ୍କ ଆଦୌ ଖସାଇ ନ ଥିଲେ। ଫୋଟୋ ସାମ୍ବାଦିକମନେ ଫୋଟୋ ପାଇଁ ମାସ୍କ ବାହାର କରିବାକୁ ଯେତେ କହିଲେ ବି କୁମାର ସେମାନଙ୍କ କଥା ଶୁଣି ନ ଥିଲେ। ବରଂ ସେମାନଙ୍କୁ କହିଥିଲେ ସେ କୋଭିଡ ପ୍ରୋଟୋକଲ ମାନି ଚାଲୁଛନ୍ତି।
ପରେ ତାଙ୍କୁ ଯେତେବେଳେ ପ୍ରେସକୁ ସମ୍ବୋଧନ କରିବାକୁ କୁହାଗଲା ସେ ମଇକକୁ ସାନିଟାଇଜ କରିବାକୁ କହିଥିଲେ। ପ୍ରେସକୁ ସମ୍ବୋଧିତ କରିବା କାମ ସରିବା ପରେ ସଙ୍ଗେ ସଙ୍ଗେ ସେ ପୁଣି ମାସ୍କ ପିନ୍ଧିନେଇଥିଲେ।