National

କୋଭିଡ ଯୁଦ୍ଧରେ ଅବଦାନ ନିମନ୍ତେ ସୋଆ ଜାତୀୟ ସ୍ତରରେ ସମ୍ମାନିତ

Published

on

ଡ଼ଲଫିନ ପ୍ରଧାନ

ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ “ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର” ରେ ସମ୍ମାନିତ କରାଯାଇଛି । ଗୁରୁବାର ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟଇ) ପକ୍ଷରୁ ସୋଆକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
କୋଭିଡ-୧୯ ମୁକାବିଲାକୁ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ୧୨ଟି ବିଭିନ୍ନ କାଟେଗୋରୀରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ‘ନିଶାଙ୍କ’ ଏବଂ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍ ସହସ୍ରବୁଦ୍ଧେ ଉପସ୍ଥିତ ଥିଲେ ।

ମନ୍ତ୍ରୀ ପୋଖରିଆଲ ବିଭିନ୍ନ କେଟେଗୋରୀରେ ପୁରସ୍କୃତ ହୋଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶୁଭେଚ୍ଛା ଜଣାଇବା ସହ କରୋନା ମୁକାବିଲା ନେଇ ସେମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ “ସମାଜର ଆବଶ୍ୟକତା ପ୍ରତି ଯତ୍ନଶୀଳ ହେଲେ ଆମର ଭୂମିକା ମହତ୍ୱପୂର୍ଣ୍ଣ ହୋଇଥାଏ ।”
କରୋନା ମହାମାରୀକୁ ନେଇ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସୋଆ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଡାକ୍ତର, ନର୍ସ ଓ ଫାକଲ୍ଟିମାନେ ଭୁବନେଶ୍ୱର ସହର ଏବଂ ଏହାର ନିକଟବର୍ତୀ ଗ୍ରାମ ଗୁଡ଼ିକରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇଥିଲେ । ଲୋକମାନେ କିଭଳି ଠିକ୍ ଭାବେ ହାତ ଧୋଇବେ, ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ଅବଲମ୍ବନ କରିବେ ସେ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସଂକ୍ରମଣକୁ କିଭଳି ରୋକା ଯାଇପାରିବ ସେ ନେଇ ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ପକ୍ଷରୁ ମାସ୍କ, ଫେସ୍‌ସିଲ୍ଡ, ପିପିଇ ଏବଂ ସାନିଟାଇଜର ବିପୁଳ ଭାବେ ପ୍ରସ୍ତୁତ କରାଯାଇଥିଲା ।
ଲକ୍ ଡାଉନ୍ ସମୟରେ ଶୁଖିଲା ଓ ରନ୍ଧା ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦ୍ରବ୍ୟ ସୋଆ ନିକଟବର୍ତୀ ଅଂଚଳରେ ବଂଟନ କରାଯାଇଥିଲା ।
ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଶାଖା, ସୋଆ କମ୍ୟୁନିଟି ରେଡିଓ ଏବଂ ବିଭିନ୍ନ ଷ୍ଟୁଡେଂଟ କ୍ଲବ୍ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ।


ଚଳିତ ବର୍ଷ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌୍‌ଷ୍ଟିଚ୍ୟୁସ୍‌ନାଲ୍ ର୍ୟାାଙ୍କିଙ୍ଗ ଫ୍ରେମ୍ ୱାର୍କ ର୍ୟା ଙ୍କିଙ୍ଗ୍‌ରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ମାନ୍ୟତା ପାଇଛି । ସେହିପରି ଓଡ଼ିଶା ସରକାରଙ୍କ ସହ ହାତ ମିଳାଇ କରୋନା ମହାମାରୀର ମୁକାବିଲା ନେଇ ସୋଆ ପକ୍ଷରୁ ୨୨୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଓ କୋଭିଡ କେୟାର ସେଂଟର ପ୍ରସ୍ତୁତ କରାଯାଇ ରୋଗୀମାନଙ୍କୁ ସେବା କରାଯାଉଛି ।
ରାଜ୍ୟର ବୃହତମ କୋଭିଡ ହସ୍ପିଟାଲ୍ ଭାବେ ସୋଆ ପକ୍ଷରୁ ଭୁବନେଶ୍ୱର ଠାରେ ୭୨୫ ଶଯ୍ୟା ବିଶିଷ୍ଟ (ଆଇସିୟୁ ଏବଂ ହାଇ ଡିପେଣ୍ଡାନ୍ସ ୟୁନିଟ୍ ବେଡ୍ସ) ପ୍ରସ୍ତୁତ କରାଯାଇଥିବା ବେଳେ ନୟାଗଡ ଜିଲ୍ଲାର ଚାନ୍ଦପୁର ଠାରେ ୩୬୬ ଶଯ୍ୟା, କେନ୍ଦ୍ରାପଡା ଠାରେ ୧୭୦ ଶଯ୍ୟା ଏବଂ ତାଳଚେର ଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ପ୍ରସ୍ତୁତ କରାଯାଇ ରୋଗୀ ଚିକିତ୍ସା କରାଯାଉଛି । ସେହିପରି ସୋଆ ପକ୍ଷରୁ ଜାମୁଝରୀ ଠାରେ ୫୦୦ ଶଯ୍ୟା ଏବଂ ଜଟଣୀ ଠାରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି ।


ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ସବୁ ହସ୍ପିଟାଲ୍‌ଗୁଡ଼ିକରେ ରୋଗୀଙ୍କର ଉତମ ଚିକିତ୍ସା କରାଯାଉଥିବା ବେଳେ ଡାକ୍ତର, ନର୍ସ ଏବଂ ପାରାମେଡିକ୍ସମାନେ ଦିନ ରାତି କରୋନା ରୋଗୀମାନଙ୍କର ସେବା କରିବାରେ ନିଜକୁ ନିୟୋଜିତ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version