ରାଜନୀତି

କୋଭିଡ ୧୯ ବିପତ୍ତି କୁ ନେଇ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଯୁବବିଜେଡ଼ି ଆଇଟି ଉଇଙ୍ଗ ସଂଯୋଜକ ମାନଙ୍କ ଜିଲ୍ଲା ସ୍ଥରିୟ ସମୀକ୍ଷା

Published

on

ଭୁବନେଶ୍ବର:ବିଜେଡ଼ି ଆଇଟି ଉଇଙ୍ଗ ର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡଃ ଅମର ପଟ୍ଟନାୟକଙ୍କ ନେତ୍ତୃତ୍ୱରେ ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ଶୁକ୍ରବାର ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା। ଏହି ଭିଡ଼ିଓ କନ୍ଫରେନ୍ସିକୁ ପରିଚାଳନା କରିଥିଲେ ଯୁବବିଜେଡି ରାଜ୍ୟ ସଭାପତି ତଥା ବିଜେଡ଼ି ଆଇଟି ଉଇଙ୍ଗର ରାଜ୍ୟ ସଂଯୋଜକ ଅମରେଶ ପତ୍ରୀ ।

ଏହି କାର୍ଯ୍ୟକ୍ରମ ରେ ବର୍ତ୍ତମାନ ପରିସ୍ଥିତିରେ କୋଭିଡ ୧୯ ସଂକ୍ରମଣ ବିପତ୍ତି କୁ ନେଇ ସାରା ରାଜ୍ୟର ଜିଲ୍ଲାସ୍ତରୀୟ ଯୁବ ଆଇଟି ସଂଯୋଜକ ମାନଙ୍କୁ ତାଙ୍କର କାର୍ଯ୍ୟ ଧାରା ଓ ଦାୟିତ୍ୱ ସମ୍ପର୍କରେ ଡଃ ଅମର ପଟ୍ଟନାୟକ ସୂଚନା ଦେଇଥିଲେ ଏବଂ ଲକଡାଉନ ସମୟରେ ଆଇଟି ଉଇଙ୍ଗ ତରଫରୁ ନିଆଯାଇଥିବା କାର୍ଯ୍ୟପନ୍ଥାର ସମୀକ୍ଷା ମଧ୍ୟ କରାଯାଇଥିଲା।
ଏହି ବୈଠକରେ ୩୦ଟି ଜିଲ୍ଲାର ଆଇଟି ସଂଯୋଜକମାନେ ତାଙ୍କ ଜିଲ୍ଲାରେ କିଭଳି ଭାବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବନ କ୍ରମେ ସାହାଯ୍ୟ ସହଯୋଗ ର କାର୍ଯ୍ୟକ୍ରମ ଚାଲିଛି ସେ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ ଓ ଆଗାମୀ ଦିନରେ ଆଇଟି ଉଇଙ୍ଗ ତରଫରୁ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ଏହି ସମୟରେ ପଞ୍ଚାୟତ ଓ ୱାର୍ଡ ସ୍ତରରେ କିଭଳି ଭାବେ ସରକାରଙ୍କ ଯୋଜନା ଓ ସଚେତନା କାର୍ଯ୍ୟକ୍ରମ ପହଞ୍ଚି ପାରିବ ତାର କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା।
ଶେଷରେ ସବୁ ଜିଲ୍ଲା ର ଆଇଟି ସଂଯୋଜକ ମାନେ ସାଂସଦ ତଥା ବିଜେଡ଼ି ଆଇଟି ମୂଖ୍ୟ ଡଃ ଅମର ପଟ୍ଟନାୟକଙ୍କ ଏହି ଅଭିନଵ ପ୍ରୟାସ ପାଇଁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ବିଜେଡ଼ି ଆଇଟି ଉଇଙ୍ଗ ର ରାଜ୍ୟ ସଂଯୋଜକ ପ୍ରସନ୍ନଜିତ ପତି ଓ ଯୁବ ବିଜେଡ଼ି ଆଇଟି ଉଇଙ୍ଗର ରାଜ୍ୟ ସଂଯୋଜକ ଡଃ ହରିଶ ଚଉଧରୀ , ତାରିଣୀ ପ୍ରସାଦ ନାୟକ , ଦୁଷ୍ମମନ୍ତ ବେହେରା, ସଂକେତ ରାୟ ଓ ମହେକ୍ଷୀତା ମିଶ୍ର।

Leave a Reply

Your email address will not be published. Required fields are marked *

Trending

Exit mobile version