ଭୁବନେଶ୍ୱର :ରାଜ୍ୟରେ କରୋନା ଭୁତାଣୁ (କୋଭିଡ-୧୯ ) ସ୍ଥିତିର ମୁକାବିଲା ପାଇଁ ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ତାଙ୍କର ୩ ମାସର ଦରମା ୧ ଲକ୍ଷ ୩୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଗତକାଲି ସେ ଏହି ଅର୍ଥ ଇଲେକ୍ଟ୍ରୋନିକ ଟ୍ରାନ୍ସଫର ଜରିଆରେ ସି.ଏମ.ଆର.ଫଣ୍ଡକୁ ପ୍ରେରଣ କରିଥିବା ଜଣାଇଛନ୍ତି।
ରାଜ୍ୟ ବିଜୁ ଯୁବ ଜନତାର ସଭାପତି ପତ୍ରୀ ଯୁବ ଜନତା ପକ୍ଷରୁ ଲକଡାଉନ ସମୟରେ ସମଗ୍ର ରାଜ୍ୟରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ବାଣ୍ଟିବା ଆରମ୍ଭ କରିଛନ୍ତି ।