Nation

କୋଲକାତା କ୍ଲବ ବନାମ ସାହିତ୍ୟିକ ନିରଦ ଚୌଧୁରୀଙ୍କ ସ୍ମୃତିଖଣ୍ଡ

Published

on

କୋଲକାତା: ଶହେ ବର୍ଷର କୋଲକାତା କ୍ଲବ ଏବେ ଏକ ବିବାଦରେ ଛନ୍ଦି ହୋଇ ପଡିଛି। ବିଖ୍ୟାତ ଇଣ୍ଡୋ-ଆଙ୍ଗଲିକାନ ଲେଖକ ନିରଦ ସି ଚୌଧୁରୀଙ୍କ ଉତ୍ତର ଦାୟାଦ ଏବଂ କୋଲକୋତା କ୍ଲବ ମଧ୍ୟରେ ଲେଖକଙ୍କ ସ୍ମୃତିଖଣ୍ଡକୁ ନେଇ ଏହି ବିବାଦ ଦେଶର ସାହିତ୍ୟିକ ମହଲରେ ଚର୍ଚ୍ଚାର ବିଷୟ ହୋଇପଡିଛି।

ଗତ ୨୦୦୦ ମସିହାରେ ନିରାଦଙ୍କ ଦାୟଦ ପୃଥିବୀ ଚୌଧୁରୀ ତାଙ୍କର ଲେଖକଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ କୋଲକତା କ୍ଳବର ଲାଇବ୍ରେରୀକୁ ନିରଦଙ୍କ କେତକ ସ୍ମୃତିଖଣ୍ଡ ପ୍ରଦର୍ଶନୀ ନିମନ୍ତେ ଧାର ସୂତ୍ରରେ ଦେଇଥିଲେ। ଲାଇବ୍ରେରୀରେ ଏକ ସ୍ୱତନ୍ତ୍ର ନିରଦ ଚୌଧୁରୀ ଗ୍ୟାଲେରୀରେ ଏହି ସବୁ ଦୁର୍ଲଭ ଜିନିଷ ସବୁ ପ୍ରଦର୍ଶିତ ହୋଇଥିଲା। ଏହି ସବୁ ସୃତିଖଣ୍ଡ ମଧ୍ୟରେ ଥିଲା ନନ୍ଦଲାଲ ଵୋଷ, ଶରତ ଚନ୍ଦ୍ର ବୋଷ ଏବଂ କ୍ଲଡ଼ ମୋନେଟଙ୍କ ଭଳି ବିଖ୍ୟାତ ଚିତ୍ରକାରଙ୍କ କଳାକୃତି। ଲେଖଙ୍କ ସଂଗୃହିତ ପୁସ୍ତକ ମଧ୍ୟରେ ଥିଲା ଅନେକ ପୁସ୍ତକର ପ୍ରଥମ ସଂକଳନ। ସେଥି ମଧ୍ୟରେ ତାଙ୍କର ‘ଆଟୋବାଓଗ୍ରାଫି ଅଫ ଆନ ଅନନୋନ ଇଣ୍ଡିଆନ’ ପୁସ୍ତକର ପ୍ରଥମ ସଂକଳନ। ସବୁଠାରୁ ଦୁର୍ଲଭ ଥିଲା ସେକ୍ସପିଅରଙ୍କ ଫାଷ୍ଟ   ଫୋଲିଓ ( ୧୬୨୩ରେ ପ୍ରଥମ କରି ପ୍ରକାଶ ପାଇଥିବା ସେକ୍ସପିଆର ଗ୍ରନ୍ଥାବଳୀର ଏକ ସଂକଳନ)। ପ୍ରକାଶ ଥାଉକି ସେହିଭଳି ଏକ  ସେକ୍ସପିଅର ଫାଷ୍ଟ ଫୋଲିଓ ପାଇଁ ଗତ ବର୍ଷ ନିଉୟର୍କରେ ଏକ ନିଲମରେ୧୦ ନିୟୁତ ଡ଼ଲାର ମିଳିଥିଲା।

ତେବେ ଡେରାଡୁନରେ ରହୁଥିବା ନିରାଦଙ୍କ ଦାୟାଦ ପୃଥିବୀ ବର୍ତମାନ ନିରଦଙ୍କର ଏହିସବୁ ଦୁର୍ଲଭ ସ୍ମୃତିଖଣ୍ଡଗୁଡିକର ଭବିଷ୍ୟତ ନେଇ ଶଙ୍କିତ ହୋଇ ପଡିଛନ୍ତି।

କିଛି ବର୍ଷ ପୂର୍ବେ କୋଲକାତା କ୍ଲବର ଲାଇବ୍ରେରୀରେ ଥିବା ଏହି ନିରଦ ଚୌଧୁରୀ ମଣ୍ଡପ ମରାମତି ପାଇଁ ବନ୍ଦ ରହିଥିବାର ଖବର ପାଇଥିଲେ। ତେବେ ତାଙ୍କର ସନ୍ଦେହ ବଢ଼ିଥିଲା ଯେତେବେଳେ ସେ ଜାଣିବାକୁ ପାଇଲେ ଚୌଧୁରୀଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଲେଖଙ୍କ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର କରୁଥିବା ଜଣେ ପ୍ରସିଦ୍ଧ ପ୍ରଯୋଜକଙ୍କୁ ଏହି ଗ୍ୟାଲେରୀରେ ପ୍ରଦର୍ଶିତ ଜିନିଷ ଗୁଡିକର ଫୋଟୋ ଉଠାଇବାକୁ କ୍ଲବ କତ୍ତୃପକ୍ଷ ଅନୁମତି ଦେଇ ନଥିଲେ।

କ୍ଲବର ମୁଖ୍ୟ ନିର୍ବାହୀ ଅଧିକାରୀ ଏ ବିଷୟରେ ଆଉ ଧରାଛୁଆଁ ଦେଉନାହାନ୍ତି।

ପୃଥିବୀ ବାପାଙ୍କର ଏହିସବୁ ଦୁର୍ଲଭ ଜିନିଷ ସବୁ କ୍ଳବକୁ ଧାର ସୂତ୍ରରେ ଦେଇଥିଲେ। ଯଦିଓ ଏ ବିଷୟରେ କୌଣସି ଲେଖାପଢ଼ା ହୋଇ ନଥିଲା ତେବେ ବର୍ତ୍ତମାନ ଯାହା ଜଣା ଯାଉଛି ଏହିସବୁ ଐତିହାସିକ ଜିନିଷଗୁଡିକର ସତ୍ୱ ନେଇ ଆଇନଗତ ବିବାଦ ସୃଷ୍ଟି ହେବ।

Leave a Reply

Your email address will not be published. Required fields are marked *

Trending

Exit mobile version