ଭୁବନେଶ୍ୱର ୧୭/୧୨ : ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ସୋମବାର ମହାବନ୍ଦ ପାଳନ କରାଯାଇଛି । ଏଥିରେ ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼ ସମେତ ୧୧ଟି ଜିଲ୍ଲାର ଲୋକ ସାମିଲ ହୋଇଥିଲେ । ଏହି ୧୨ ଘଣ୍ଟିଆ ବନ୍ଦ ଫଳରେ ପଶ୍ଚିମ ଓଡ଼ିଶାରେ ସ୍ୱାଭାବିକ ଜୀବନଯାତ୍ରା ବହୁ ଅଂଶରେ ବ୍ୟାହତ ହୋଇଥିଲା । ଦୋକାନବଜାର ବନ୍ଦ ରହିଥିବାବେଳେ କେତେକ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା । ସ୍କୁଲ କଲେଜ ଖୋଲିନଥିଲା । ଦାବି ପୂରଣ ନ ହେଲେ ଆଇନ୍ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି କୋଶଳ ଆନ୍ଦୋଳନର ନେତାମାନେ ଚେତାବନୀ ଦେଇଥିଲେ ।