ଜମ୍ବୁ ୧୨/୧ : ଜମ୍ବୁ ଅଂଚଳର ଗଭୀର ସମୁଦ୍ରରେ କୋଷ୍ଟଗାର୍ଡଙ୍କ ଗୁଳିରେ ଜଣେ ମତ୍ସ୍ୟଜୀବୀ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ମାୟାଧର ମଲ୍ଲିକ । ୯ ଜଣ ମତ୍ସ୍ୟଜୀବୀ ଏକ ବୋଟରେ ଗତ ୧୦ ଦିନ ହେବ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଉଥିଲେ । ଶୁକ୍ରବାର ରାତି ୧୧ଟା ବେଳେ କୋଷ୍ଟଗାର୍ଡ ପକ୍ଷରୁ ବୋଟ ୁଉପରକୁ ଗୁଳି ମାଡ଼ କରାଯାଇଥିଲା । ଏଥିରେ ମାୟାଧର ପ୍ରାଣ ହରାଇଥିବାବେଳେ ଅନ୍ୟଜଣେ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ଆହତ ମତ୍ସ୍ୟଜୀବୀଙ୍କୁ ହସ୍ପିଟାଲରେ ଭତ୍ତି କରାଯାଇଛି ।