ଖୋର୍ଧା ୧୯/୬ : ଟାଙ୍ଗୁରୀ ପାହାଡ ନିକଟରେ ଥିବା ପଥର କ୍ରସରରେ କେହି ବୋମମାଡ କରି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଗତକାଲି ବିଳମ୍ବିତ ରାତ୍ରରେ ଟାଙ୍କୁରୀ ପାହାଡ ନିକଟରେ ଥିବା ପଥର କ୍ରସରରେ ବୋମାବାଡ କରି ନିକଟରେ ଥିବା ଜେସିବିରେ କେହି ଦୁର୍ବୃତ ନିଆଁ ଲଗାଇଥିଲେ । ଏପରିକି ଜେସିବି ଉପରେ ବୋମାମାଡ ମଧ୍ୟ କରିଥିଲେ । ଏନେଇ ଜେସିବି ମାଲିକ ଆଜି ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲସି ତଦନ୍ତ ଆରମ୍ଭ କରିଛି ।