ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଖ୍ୟାତି ସଂପନ୍ନ କ୍ରିକେଟିଏର କ୍ରୀସ ଗେଲେ ଓ ଅଲମ୍ପିଅନ ଧାବକ ଉସେନ ବୋଲଟ ବିଶ୍ୱବାସୀଙ୍କୁ ସେମାନଙ୍କର ବାର୍ତା ଦେଇଛନ୍ତି।

ଜାମାଇକା ଭାରତୀୟ ଦୂତାବାସ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନିମନ୍ତେ ଏହି ସେ ଦେଶର ଏହି ଦୁଇ ପ୍ରସିଦ୍ଧ କ୍ରୀଡାବିତଙ୍କୁ ସମ୍ପୃକ୍ତ କରିଛି। ଗେଲେ ଏବଂ ବୋଲଟ ସେମାନଙ୍କର ସାମାଜିକ ଗଣମାଧ୍ୟମରେ ଯୋଗର ବାର୍ତ୍ତା ଦେଇଛନ୍ତି। ତାଙ୍କର ଷ୍ଟାଇଲିସ କ୍ରିକେଟ ଖେଳ ପାଇଁ ଲୋକପ୍ରିୟ ଗେଲେଙ୍କୁ ଭାରତୀୟ ଦୂତାବାସ ତାଙ୍କୁ “ବ୍ରାହ୍ମଣ୍ଡ ର ମାଲିକ” ବା “ୟୁନିଭରସ ବସ” ଆଖ୍ୟା ଦେଇଛି।