ରାଜ୍ୟ

କ୍ୟାବିନେଟରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିଲା ମୋହର

Published

on

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ମୋହର ଲାଗିଛି । ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ପ୍ରସଙ୍ଗ କ୍ୟାବିନେଟ ବୈଠକରେ ଗୃହିତ ହୋଇଛି । ଚଳିିତ ବର୍ଷ ୬୦ ଲକ୍ଷ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରାଖାଯାଇଥିବା ବେଳେ ୪୧ ଲକ୍ଷ ଟନ ଚାଉଳ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଧାନ ସଂଗ୍ରହରେ ପାକ୍ସ, ଲ୍ୟାମ୍ପସ ସହ ଏସଏଚଜି ମହିଳା ମଧ୍ୟ ସାମିଲ ରହିବେ । ଧାନ ବିକ୍ରିର ୨୪ ରୁ ୪୮ ଘଂଟା ମଧ୍ୟରେ ଚାଷୀଙ୍କ ଆକାଉଂଟକୁ ଟଙ୍କା ପଠାଯିବ ବୋଲି ନିଷ୍ପତି ହୋଇଛି । ଏହାସହ ଅଯୋଗ୍ୟ ସରକାରୀ କର୍ମଚାରୀଙ୍କୁ ଶୀଘ୍ର ଅବସର ପ୍ରଦାନ କରାଯିବ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ୨.୪୭୮ ଏକର ମାଗଣା ଜମି, ଖୋର୍ଦ୍ଧାର ବାଙ୍କୁଆଳରେ ଆଂଚଳିକ ପ୍ରତିଷ୍ଠାନ ପାଇଁ ଜମି କ୍ୟାବିନେଟରେ ମଞ୍ଜୁର କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version