ବଲାଙ୍ଗିର ୨୭/୨ : କପି ହୋଇଥିବା ତିନୋଟି ବିଦ୍ୟାଳୟର ଇଂରାଜୀ ପରୀକ୍ଷା ବାତିଲ କରିବାକୁ ନିଷ୍ପତି ହେବା ପରେ ଛାତ୍ରଛାତ୍ରୀ ତାତିଛନ୍ତି । ସଇଁତଳା ଘୁନୁସର ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଧାରଣାରେ ବସଛନ୍ତି ।
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଓ କପି ପରୀକ୍ଷାରେ ବିଭ୍ରାଟ ସୃଷ୍ଟି କରୁଛି । ପରୀକ୍ଷାର ଦ୍ୱିତୀୟ ଦିନରେ ଇଂରାଜୀ ଭାଷା ପରୀକ୍ଷାରେ ବଲାଙ୍ଗିରର କିଛି ହାଇସ୍କୁଲରେ କପି ଉପରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା । କପି ହୋଇଥିବା ତିନୋଟି ବିଦ୍ୟାଳୟର ଇଂରାଜୀ ପରୀକ୍ଷା ବାତିଲ କରିବାକୁ ନଷ୍ପତି ନେବା ପାଇଁ ଆଲୋଚନା ହୋଇଥିଲା । କପି ପାଇଁ ସଇଁତଳା ଘୁନୁସର ସ୍କୁଲର ଇଂରାଜୀ ପେପର ପରୀକ୍ଷା ବାତିଲ ବୋର୍ଡ଼ କରିଛି । ଏହା ପରେ ସେହି ସ୍କୁଲରେ ଉତ୍ତେଜନା ସୃଷ୍ଟି ସହ ତାଲା ପକାଇ ଛାତ୍ରଛାତ୍ରୀ ଧାରଣାରେ ବସଛନ୍ତି । ସେତିକି ନୁହେଁ ଏହା ସହ ବୋର୍ଡ଼ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଛନ୍ତି ଉତ୍ୟକ୍ତ ଛାତ୍ରଛାତ୍ରୀ ।