ଭୁବନେଶ୍ୱର ୨୬/୧୧ : ରାୟଗଡ଼ା ଜିଲ୍ଲାର କାଶୀପୁରରେ ଉକ୍ରଳ ଭାରତ ସଭାପତି ଐର ଖାରବେଳ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସ୍ଥାନୀୟ ପୋଲିସ ଆଉ ଜଣଙ୍କୁ ଗିରଫ କରିଛି । ଏହି ଯୁବକଙ୍କ ନାମ ପି. ଗୋବିନ୍ଦ ରାଓ । ପୂର୍ବରୁ ଏହି ମାମଲାରେ ପୋଲି ସୁମନ୍ତ ନାୟକଙ୍କୁ ଗିରଫ କରିଥିଲା । ପୋଲିସ ତାଙ୍କୁ ୩ ଦିନ ରିମାଣ୍ଡରେ ନେଇ ପଚରା ଉଚରା କରୁଛି ।
ଐର ଖାରବେଳ ସ୍ୱାଇଁଙ୍କୁ ଏଣିକି ସୁରକ୍ଷା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେ ଯେଉଁ ସ୍ଥାନରେ ସଭା କରିବେ, ସେଠାରେ ତାଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବା ଲାଗି ସବୁ ଜିଲ୍ଲା ଏସ୍ପିଙ୍କୁ ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଏହି ଆକ୍ରମଣ ଘଟଣାର କ୍ରାଇମ୍ବ୍ରାଂଚ ତଦନ୍ତ ପାଇଁ ରାଜ୍ୟ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏଡ଼ିଜିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ କାଶୀପୁରରେ ପହଂଁଚି ତଦନ୍ତ ଆରମ୍ଭ କରିଛି ।