ଭୁବନେଶ୍ୱର ୪/୧ : ୧୦ ରୁ ୧୫ ଦିନ ମଧ୍ୟରେ ବିଜେଡ଼ି ବିରୋଧୀ ମହାମେଣ୍ଟର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଉକ୍ରଳ ଭାରତ ସଭାପତି ଐର ଖାରବେଳ ସ୍ୱାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମହାମେଣ୍ଟ ଗଠନ ଲାଗି ବରିଷ୍ଠ ନେତା ଦାମ ରାଉତ, ବୈଜୟନ୍ତ ପଣ୍ଡା ଓ ବ୍ରଜ ତ୍ରିପାଠୀଙ୍କ ସହ ଆଲୋଚନା ଚାଲିଛି । ଖୁବ୍ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ସେ କଂଗ୍ରେସରେ ମିଶିବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ତେବେ ସେ କହିଛନ୍ତି ଯେ, ବିଜେପି ସହ ଏ ସମ୍ପର୍କରେ ଆଲୋଚନା ହୋଇନାହିଁ ।