ଭୁବନେଶ୍ବର ୧୩/୬ : ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟପକ ପଦବୀ ଅତିଶୀଘ୍ର ପୂରଣ ହେବ ବୋଲି ବିଶ୍ୱବିଦ୍ୟାଳୟ ଭିସିଙ୍କ ସହ ବୈଠକ ପରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଭିସିଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ଏକକ ସିଲାବସ୍ ଲାଗୁ କରିବା ପାଇଁ ନିଷ୍ପତି ହୋଇଛି । ଏହାସହ ଉଚ୍ଚ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ପାଇଁ ବୈଠକରେ ଚର୍ଚ୍ଚା ହୋଇଥିଲା । ରାଜ୍ୟର ସମସ୍ତ କଲେଜରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ କରିବାକୁ ଚେଷ୍ଟା କରାଯିବ ବୋଲି ଆଲୋଚନା ମଧ୍ୟ ହୋଇଛି । ସେହିଭଳି ୧୦୦ଜଣ ଛାତ୍ରଙ୍କୁ ସିଭିଲ ସର୍ଭିସ ପାଇଁ ତାଲିମ ଏବଂ କୋଚିଂ ଦିଆଯିବ । ତେବେ ଏଥିପାଇଁ ଅଦ୍ୟବଧି ୮୬ଜଣ ଛାତ୍ର ଏଥିପାଇଁ ଆବେଦନ କରିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।