ରାଜ୍ୟ

ଖୁବ ଶୀଘ୍ର କେନ୍ଦ୍ର ନିକଟକୁ ଚାଷୀଙ୍କ ତାଲିକା ପଠାଯିବ : ଅରୁଣ ସାହୁ

Published

on

ଭୁବନେଶ୍ୱର ୭/୬ : ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ଚାଷୀଙ୍କ ଏକ ତାଲିକା ଆଜି କେନ୍ଦ୍ର ସରକାର ରାଜ୍ୟକୁ ମାଗିଛନ୍ତି । ପିଏମ କିଷାନ ଯୋଜନାରେ ଦ୍ୱିତୀୟ ପର‌୍ୟ୍ୟାୟ ହିତାଧିକାରୀଙ୍କୁ ଟଙ୍କା ପାଇଁ କେନ୍ଦ୍ର ତାଲିକା ମାଗିଛି । ପିଏମ କିଷାନ ଯୋଜନାରେ କେନ୍ଦ୍ର ସରକାରଙ୍କୁ ୧୨ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି ରାଜ୍ୟ ସରକାର । ଏଥିରୁ ମୋଟ ୩୬ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଛି ପ୍ରଥମ ପର‌୍ୟ୍ୟାୟ ଟଙ୍କା ।
ଦ୍ୱିତୀୟ ପର‌୍ୟ୍ୟାୟ ଟଙ୍କା ପାଇଁ ଓକିଲ, ଚାକିରିଆ ଓ ରାଜେନତାଙ୍କୁ ବାଦ ଦେଇ ଜୁଲାଇ ୩୧ ସୁଦ୍ଧା ତାଲିକା ଦେବାପାଇଁ କେନ୍ଦ୍ର ସରକାର କହିଛନ୍ତି । ଚୂଡ଼ାନ୍ତ ତାଲିକା ପାଇଁ ଏବେ ସଂଶୋଧନ ଜାରି ରହିଛି । ଖୁବ ଶୀଘ୍ର କେନ୍ଦ୍ର ନିକଟକୁ ତାଲିକା ପଠାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ତେବେ ପିଏମ କିଷାନ ଯୋଜନାରେ ବଡ଼ ଚାଷୀଙ୍କୁ ସାମିଲ କରାଯାଇ ନାହିଁ ବୋଲି ସେ କହିଛନ୍ତି । ଯୋଜନାରେ ବଡ ଚାଷୀଙ୍କୁ ସାମିଲ କରାଯିବାକୁ ଏବେ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ରହିଛି ବୋଲି ଅରୁଣ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version