ନୂଆଦିଲ୍ଲୀ: ଆଟଅର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଳଙ୍କ ଉତ୍ତରାଧିକାରୀ ଖୋଜା ଚାଲିଛି।
ଭେନୁଗୋପାଳଙ୍କୁ ବର୍ତ୍ତମାନ ବୟସ ହେଲାଣି ୮୯। ନିକଟରେ ତାଙ୍କର ତିନି ବର୍ଷୀୟା ଚୁକ୍ତି ଶେଷ ହୋଇ ଯାଇଥିଲା। ଅତ୍ୟାଧିକ ବୟସ ଯୋଗୁ ସେ ଆଉ ଆଟଅର୍ଣ୍ଣି ଜେନେରାଲ ପଦବୀରେ ରହିବକୁ ଚାହୁଁ ନଥିଲେ। ତେବେ ସରକାର ତାଙ୍କୁ ଆଉ ଗୋଟିଏ ବର୍ଷ ସେହି ପଦବୀରେ ରହିବାକୁ ଅନୁରୋଧ କରି ତାଙ୍କର କାର୍ଯ୍ୟକାଳ ବଢାଇଛନ୍ତି।
ଇତି ମଧ୍ୟରେ ସରକାର ଭେନୁଗୋପାଳଙ୍କ ଉତ୍ତରାଧିକାରୀ ଖୋଜିବା ଆରମ୍ଭ କରିଦେଇଛନ୍ତି।
କେନ୍ଦ୍ର ସରକାର ହରିଷ ସାଲଭେଙ୍କୁ ଏହି ପଦବୀରେ ନିଯୁକ୍ତି ଦେବାକୁ ଚାହୁଁଛନ୍ତି ବୋଲି ଶୁଣା ଯାଉଛି। ହେଲେ ବର୍ତମାନ ଲଣ୍ଡନରେ ରହୁଥିବା ସାଲଭେ ସରକାରଙ୍କୁ ସାତ ଆଠ ମାସର ସମୟ ମାଗିଥିବା ଜଣାଯାଇଛି।
ସାଲଭେ ଆନ୍ତର୍ଜାତିକ କୋର୍ଟରେ କୂଳଭୂଷଣ ଯାଦବ କେସରେ ଭାରତ ପାଇଁ ବିଜୟ ଆଣି ବେଶ ଲୋକପ୍ରିୟ ଅର୍ଜନ କରିଛନ୍ତି। ନିକଟରେ ସେ ଲଣ୍ଡନରୁ ଓଡିଶା ସରକାରଙ୍କ ପାଇଁ ସୁପ୍ରିମ କୋର୍ଟରେ ରଥଯାତ୍ରା ମାମଲାର ପରିଚାଳନା କରୁଥିଲେ।