ଅପରାଧ

ଖୋର୍ଦ୍ଧାରେ ବୋମାମାଡ଼

Published

on

ଖୋର୍ଦ୍ଧା ୩୦/୧୨ : ଖୋର୍ଦ୍ଧା ଗୁରୁଜଙ୍ଗ ୧୮ନଂ ୱାର୍ଡରେ ବୋମାମାଡ଼ ହୋଇଛି । ଗତକାଲି ମଧ୍ୟରାତ୍ରିରେ ୪ଜଣ ଯୁବକ ବାଇକ୍ରେ ଆସି ପ୍ରକାଶ ରାଉତରାୟ ନାମକ ଜଣେ ବ୍ୟବସାୟୀଙ୍କ ଘର ଉପରେ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ । ଏଥିରେ କେହି ମୃତାହତ ହୋଇନାହାନ୍ତି । ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହାର ଚିତ୍ର ଉତ୍ତୋଳିତ ହୋଇଛି । ପୂର୍ବରୁ ମଧ୍ୟ ଶ୍ରୀ ରାଉତରାୟଙ୍କ ବାଜପୁର ଘର ଓ ତାଙ୍କର ଏକ ପ୍ରୋକଲିନ୍ ଉପରେ ବୋମାମାଡ଼ ହୋଇଥିଲା । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଥିଲେ ହେଁ ହଠାତ୍ କାହାରିକୁ ଗିରଫ କରାଯାଇନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version